ବ୍ରହ୍ମପୁର,୧୭/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁରରୁ ସୁରଟକୁ ହେଉଥିଲା ଚୋରା ଗଞ୍ଜେଇ ଚାଲାଣ,ମାଡ଼ିବସିଲା ଅବକାରୀ ଗୁଇନ୍ଦା ବିଭାଗ, ତିନି ଜଣଙ୍କୁ ଅଟକ ରଖିବା ସହ ସମସ୍ତ ଜିନିଷକୁ ଜବତ କରିଛି l ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ,ଡେପୁଟି କମିଶନର ସୃତିକାନ୍ତ ରାଉତଙ୍କ ନେତୃତ୍ୱରେ ଅବକାରୀ ଗୁଇନ୍ଦା ବିଭାଗ ଏକ ଦଳ ଗଠନ ହୋଇ ବ୍ରହ୍ମପୁର ରେଳ ଷ୍ଟେସନ ଅନ୍ତର୍ଗତ ୪-ନମ୍ବର ପ୍ଲାଟଫର୍ମ ନିକଟସ୍ଥ ଗୋସାଣୀ ନୂଆଗାଁରେ ଗୋଟିଏ ଚୋରା ଗଞ୍ଜେଇ ଚାଲାଣ ମାମଲାକୁ ଚିହ୍ନଟ କରିଛି ଅବକାରୀ ବିଭାଗ । ଉକ୍ତ ମାମଲାରେ ତିନିଜଣଙ୍କୁ ଗିରଫ କରିବା ସହ ଗୋଟିଏ ଯାତ୍ରୀବାହୀ ଅଟୋରିକ୍ସା,ଏକୋଇଶ( ୨୧) କିଲୋଗ୍ରାମ ଗଞ୍ଜେଇ ଏବଂ ତିନୋଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ତେଵେ ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

