ଫୁଲବାଣୀ,୧୬/୦୬(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଓ ଆଖପାଖ ଅଞ୍ଚଳର ଲୋକମାନଙ୍କ ଚୋରୀ ହୋଇଥିବା ଓ ହଜି ଯାଇଥିବା ୬୨ଟି ନାମୀ ଦାମୀ କଂପାନୀ ମୋବାଇଲ କୁ କନ୍ଧମାଳ ପୋଲିସ ଉଦ୍ଧାର କରି ମୋବାଇଲ ଫୋନର ପ୍ରକୃତ ମାଲିକ ଙ୍କୁ ମଙ୍ଗଳବାର ମୋବାଇଲ ଫୋନ ହ୍ୟାଣ୍ଡ ଓଭୋର ମେଳାଅୟୋଜନ କରି ପ୍ରଦାନ କରିଛି l ଫଳରେ ଦୀର୍ଘ ଦିନ ଧରି ମୋବାଇଲ ଫୋନ ମିଳିବା ନେଇ ଆଶା ଛାଡ଼ିଦେଇଥିବା ବ୍ୟକ୍ତି ମାନେ ସେମାନଙ୍କ ମୋବାଇଲ ଫୋନ ପାଇ ଖୁସିବ୍ୟକ୍ତ କରିବା ସହ କନ୍ଧମାଳ ପୋଲିସ କୁ କୃତଜ୍ଞତା ଜ୍ଞାପନ କରିବା ସହ ପୋଲିସ ଊପରେ ଗଭିର ଅସ୍ଥା ପ୍ରକଟ କରିବା ସହ ସଚ୍ଚୋଟତା କୁ ଭୂୟସୀ ପ୍ରଶଂସା କରିଛନ୍ତି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ଏସପି ରମେଦ୍ର ପ୍ରସାଦ, ଅତିରିକ୍ତ ଏସ ପି ବିଭୂତି ଭୂଷଣ ମହାପାତ୍ର, ଏସଡିପିଓ ଶୁଭ୍ର ଜିତ ବିଶ୍ବାଳ, ସାଇବର କ୍ରାଇମ ଇନ୍ସପେକ୍ଟର ଗେଲି ସାହୂ, ଯୋଗ ଦେଇ ଉଦ୍ଧାର କରି ଥିବା ଉପରୋକ୍ତ ମୋବାଇଲ ଫୋନ ଗୁଡ଼ିକ ଫେରସ୍ତ କରିଥିଲେ l ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲାର ଫୁଲବାଣୀ ଟାଉନ ଥାନା ସମେତ ବିଭିନ୍ନ ଥାନାରେ ପ୍ରାୟ ୧୮୦ଟି ମୋବାଇଲ ଫୋନ୍ ହଜି ଥିବା ଓ ଚୋରୀ ହୋଇଥିବା ଲିଖିତ ଅଭିଯୋଗ ହୋଇଥଲା l ଫଳରେବିଭିନ୍ନ ଥାନା ପୋଲିସ ଓ ସାଇବର ସେଲ ର ମିଳିତ ଉଦ୍ୟମ ରେ ଜୁନ ମାସ ୧ରୁ ୧୫ମଧ୍ଯରେ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ ରେ ଏ ସବୁ ଫୋନ୍ ଉଦ୍ଧାର କରିଥିଲା l ସେହିପରି ପୋଲିସ ପକ୍ଷରୁ ଚୋରୀ ରୋକିବା, ଚୋରୀ ସାମଗ୍ରୀ ଉଦ୍ଧାର କରିବା, ଜନ ସାଧାରଣ ଙ୍କ ସୁରକ୍ଷା କରିବା, ଟ୍ରାଫିକ ବ୍ୟବସ୍ଥା, ଓ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ପାଇଁ ପୋଲିସ ସତର୍କ ଦୃଷ୍ଟି ରଖିଥିବା କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ସେହିପରି ମୋବାଇଲ ଫୋନ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ମୋବାଇଲ ବିଲ, ପରିଚୟ ପତ୍ର ଦେଇ ନିକଟସ୍ତ ଥାନରେ ଜଣାଇଲେ ସି ଇ ଆଇ ଆର୍ ପୋର୍ଟାଲ ରେ ଅଭିଯୋଗ ପଞ୍ଜୀକୃତ କଲେ ମୋବାଇଲ ଫୋନ ର ଶିଘ୍ର ଟ୍ରlକିଂ କରି ଉଦ୍ଧାର କରାଯାଇପାରିବ ବୋଲି ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ପୋଲିସ କୁ ବନ୍ଧୁ ଭାବେ ଭାବି ସହଯୋଗ ର ହାତ ବଢାଇଲେ ପୋଲିସ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବl ରେ ଆଉ ଅସୁବିଧା ହେବନି ବୋଲି କହିଥିଲେ l ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିଷ୍ଠାପର୍ ଉଦ୍ୟମ ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି l

