ଫୁଲବାଣୀ,୨୫/୦୭(ସୁନୀଲ ପଟ୍ଟନାୟକ):ସଦର ଥାନା ପୋଲିସ କୁ ମିଳିଛି ସଫଳତା l ସଦର ଥାନା ପୋଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କ ରେ ଖବର ପାଇ ଚଢାଉ କରି ୮୫୦ କେଜି ଗଞ୍ଜେଇ ସହ ଟ୍ରକ ଜବତ କରିଛି l ଜବତ ହୋଇଥିବା ଟିପର ନମ୍ବର ଓ ଡି ୧୫ୱାଇ ୮୦୮୮। ସଦର ଥାନା ପୋଲିସ ଏ ନେଇ ୧୧୫/୨୬ ଧାରା ୨୦(ବି) !!(ସି)/୨୫/୨୯ଏନ୍ ଡି ପି ଏସ ଏକ୍ଟ ମାମଲା ରୁଜୁ କରିଥିବା ସଦର ଥାନା ଆଇ ଆଇସି ସମ୍ବିତ ବେହେରା କହିଛନ୍ତି l ତେବେ ଡ଼୍ରାଇଭର ସମେତ ଦୁଇ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେହେରା କହିଛନ୍ତି l ତେବେ ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ବେହେରା l ସଦର ଥାନା ଅଧିକାରୀ ସମ୍ବିତ ବେହେରା ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଯୋଗୁଁ ଗଞ୍ଜେଇ ଚୋରା ଚାଲାଣ ରୋକିବା ସହ ମାଫିଆ ମାନଙ୍କ ବିରୁଦ୍ଧରେ ନିୟମିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହୋଇଥିବା କୁହାଯାଉଛି l ସେହିପରି ସଦର ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆସିଥିବା ଦେଖିବାକୁ ମିଳିଛି l

