ଫୁଲବାଣୀ,୧୬//୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୯ମ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପଦ୍ମନାଭ ବେହେରାଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ଗତ ବର୍ଷ ମେଳା କୁ ଆସିଥିଲି ତେବେ ଗତ ବର୍ଷ ତୁଳନା ରେ ଏହିବର୍ଷ ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥିପୁର୍ବତନ ମନ୍ତ୍ରୀ ବେହେରା କହିବା ସହ ଏହାକୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l l ସେହିପରି ସମ୍ମାନୀତ ଅତିଥି ଭାବେ ମ୍ୟୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଓ କାଉନସିଲର ମୃତ୍ୟୁଞ୍ଜୟ ପେରା , ରାଜେନ୍ଦ୍ର ପାଢୀ, ବି ର ଜା କଂହର୍ , ସ୍ନେହଲତା ପ୍ରଧାନ ଓ ଅନ୍ୟ ମାନେ ଯୋଗ ଦେଇଥିଲେ l ସେହିପରି କନ୍ଧମାଳ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଧନ୍ୟ ବାଦ୍ ଦେଇଥିବା ବେଳେ କାର୍ଯ୍ୟ କାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ସ୍ବାଗତ ଭାଷଣ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସୁଜିତ କୁମାର ବେହେରା, ନୀଳ ମାଧବ ମିଶ୍ର, ମହମ୍ମଦ ଚୀଷ୍ଟି ପ୍ରମୁଖ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ଆୟୋଜନ କମିଟି ପକ୍ଷରୁ ପୁଷ୍ପ ଗୁଚ୍ଛ, ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସୋନ୍ତଶ କୁମାର ବେହେରା, ଅନିତା ପଟନାୟକ, ରଞ୍ଜିତ ବେହେରା, ଶିବ ପ୍ରସାଦ ନାୟକ ପ୍ରମୁଖ ସହଯୋଗ କରିଥିଲେ l ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନଜେ ଆର୍ ମେଲୋଡି ମେକର୍ସ ର ଯୁବ କଳାକାର ମାନେସୁନ୍ଦର ସାଂସ୍କୃତିକବିଚିତ୍ରା କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ ସହ ସାଂସ୍କୃତିକ ସମ୍ପାଦକ ମୁଷ୍କlନ୍ ସୁଆର ମଞ୍ଚ ପରିଚାଳନା କରିଥିଲେ l ଏହି ମେଳା ଆଗlମୀ ୧୯ଯାଏ ଚାଲିବ l

