ଫୁଲବାଣୀ,୨୭।୦୯( ସୁନୀଲ ପଟ୍ଟନାୟକ):ଓଡିଶା ସାହିତ୍ୟ ଏକାଡେମୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ଫୁଲବାଣୀ ସ୍ଥିତ ପବ୍ଲିକ ସ୍କୁଲରେ ଅତିବଡ଼ି ଜଗନ୍ନାଥ ଜୟନ୍ତୀ ଓ ସୃଜନ କାବ୍ୟ ସନ୍ଧ୍ୟା ଆୟୋଜିତ ହୋଇ ଯାଇଛି | ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଡ ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳର ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ, ବିଶିଷ୍ଟ ଅତିଥି ଭାବେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଉପ ସଚିବ ଅକ୍ଷୟ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଏମ କେ ଏସ ପି ର ସଭାପତି ତଥା ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ, ପ୍ରାକ୍ତନ ମଙ୍ଗଳ ଅଧିକାରୀ ସୁବାସ ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକ, ସମାଜସେବୀ ଓ ରୋଟାରୀଆନ ଶ୍ରୀ ବିପ୍ର ଚରଣ ପାତ୍ର, ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ ରମାକାନ୍ତ ମଙ୍ଗରାଜ, ଶାଳପର୍ଣ୍ଣି ସାହିତ୍ୟ ସଂସଦର ସଭାପତି ଡ ବିରଞ୍ଚି ନାରାୟଣ ସାହୁ, ପୂର୍ବତନ ଅଧ୍ୟକ୍ଷ ଡ ପୁର୍ଣ୍ଣେନ୍ଦୁ ତ୍ରିପାଠୀ ଉଦୟଗିରି ବ୍ଳକର ସାହିତ୍ୟ ପରିଷଦ ସଦସ୍ୟ ଅଧ୍ୟାପକ ନିରଞ୍ଜନ ମହାରଣା, ସାହିତ୍ୟ ପରିଷଦର, ଦାରିଙ୍ଗବାଡି ଶାଖାର ସଭାପତି ଶ୍ରୀ ପତିତପାବନ ରାଉତ ଓ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ସାହିତ୍ୟ ପରିଷଦର ଉପଦେଷ୍ଟା ଶ ନବୀନ କିଶୋର ପଣ୍ଡା ଓ ନବ କିଶୋର ରଥ ଟିକାବାଲି ସାହିତ୍ୟ ସଂସଦର ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଫୁଲରାଣୀର ସହଯୋଗୀ ସମ୍ପାଦକ ଵି କେ କମଲ, ସାହିତ୍ୟ ପରିଷଦ, ଖଜୁରୀପଡା ଶାଖାର ସଭାପତି ଡ ତ୍ରୈଲୋକ୍ୟନାଥ ସେନାପତି, ବାଲିଗୁଡା ସାହିତ୍ୟ ପରିଷଦ ସଂଯୋଜକ ତୀର୍ଥବାସୀ ଘଡେଇ ପ୍ରମୁଖ ଯୋଗଦେଇ ଭାଗବତ ଓ ଅତିବଡ଼ି ଜଗନ୍ନାଥ ଦାସଙ୍କ ଉପରେ ଆଲୋକପାତ କରିଥିଲେ | ଏହି ଅବସରେ କୈଳାସ ଚନ୍ଦ୍ର ଧଳଙ୍କ ସମ୍ପାଦିତ ଶିଶୁ ପତ୍ରିକା ଫୁଲରାଣୀ ଉନ୍ମୋଚିତ ହୋଇଥିଲା | ପରେ ପରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଫୁଲରାଣୀ ସହଯୋଗରେ ସୃଜନ ସାହିତ୍ୟ କାବ୍ୟ ସନ୍ଧ୍ୟା କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା | ଏଥିରେ ବାଣୀଫୁଲର ସମ୍ପାଦକ ଅଧ୍ୟାପକ ରାମକୃଷ୍ଣ ମହାନ୍ତି, ସାହିତ୍ୟ ପରିଷଦ ଟିକାବାଲି ସଂଯୋଜକ ଦୀନକୃଷ୍ଣ ମହାପାତ୍ର, ଫିରିଙ୍ଗିଆ ଶାଖାର ସଂଯୋଜକ ଅଧ୍ୟାପକ ହରପ୍ରିୟା ମିଶ୍ର, ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ସଦସ୍ୟ ପ୍ରଣତି ତ୍ରିପାଠୀ, ଗିରିଝରଣା, ଗୋଚ୍ଛାପଡ଼ାର ଉପ ସଭାପତି ପ୍ରେମଲତା ସାହୁ, ସାହିତ୍ୟ ପରିଷଦ, ଦାରିଙ୍ଗବାଡିର ସହ ସମ୍ପାଦିକା ଅଧ୍ୟାପିକା ବବ୍ଲିନ ନାୟକ ଓ ଉପ ସଭାପତି ଅଧ୍ୟାପିକା ସସ୍ମିତା ସାମନ୍ତରାୟଙ୍କ ସଂଯୋଜନାରେ ଷାଠିଏରୁ ଉର୍ଦ୍ଧ୍ୱ କବି କବିତା ଆବୃତ୍ତି କରିଥିଲେ | ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳର ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସମ୍ପାଦକ ଶ୍ରୀ ପ୍ରସନ୍ନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ | ଶେଷରେ ସାହିତ୍ୟ ପରିଷଦ ସହ ସମ୍ପାଦକ ନିରଞ୍ଜନ ପାଣ୍ଡେ ଧନ୍ୟବାଦ ଦେଇଥିଲେ | ସଦସ୍ୟ ତାପସ କୁମାର ହୋତା, କେଶା କିରୀଟିନି ଧଳ, ଲୋକନାଥ ମଲ୍ଲିକ, ପୁଷ୍ପିତା ପଟ୍ଟନାୟକ , ନାଭିଦତ୍ୟ ଦିଗାଲ, ଧନପତି ଦିଗାଲ, ଅସିତ କୁମାର ନନ୍ଦ, ଦୁର୍ଯ୍ୟୋଧନ ପ୍ରଧାନ, ଯୁଧିଷ୍ଠିର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ |ଏଥି ସହିତ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଜିଲ୍ଲାର ବିଭିନ୍ନ ବ୍ଲକ ସଂଯୋଜକମାନଙ୍କ ଦ୍ୱାରା ଖଜୁରୀପଡା, ଦାରିଙ୍ଗବାଡି, ଉଦୟଗିରି, ଫିରିଙ୍ଗିଆ, ବାଲିଗୁଡା, ଟିକାବାଲି ଆଦି ବ୍ଲକରେ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ପାଳିତ ହୋଇ ଯାଇଛି |

