ପୋଲସରା,୦୨/୦୪(ଶିବ ପ୍ରସାଦ ସାହୁ):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ ଦେଶର ସର୍ବଶ୍ରେଷ୍ଠ ପଞ୍ଚାୟତ ଭାବେ ଘୋଷଣା ହୋଇଛି।ଦିନଦୟାଲ ଉପାଧ୍ୟାୟ ପଞ୍ଚାୟତ ସ୍ୱତତା ବିକାଶ ପୁରସ୍କାର ଯୋଜନାରେ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ କୁ ସାମିଲ କରାଯାଇଛି। ଏନେଇ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରାଳୟର ଆର୍ଥିକ ପରାମର୍ଶ ଦାତା ବିଜୟ କୁମାର ବେହେରା ରାଜ୍ୟ ସରକାର ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯାହାକି ଗଞ୍ଜାମ ଜିଲ୍ଲା ପାଈଁ ଗୌରବ ଆଣିଛି। ୨୦୨୩-୨୪ ଆର୍ଥିକ ବର୍ଷ ର ତଥ୍ୟ ଅନୁଯାଇ ଚୟନ କରାଯାଇଛି। ଗ୍ରାମାଞ୍ଚଳ ରେ ହିଂସା ମୁକ୍ତ, ସୁସ୍ଥ, ନିରାମତା ଓ ସମାନତା ମୂଳକ ପରିବେଶ ସୃଷ୍ଟି କରିବା ଏବଂ ବଞ୍ଚିତ ବର୍ଗ ଙ୍କୁ ସୁରକ୍ଷା ପ୍ରଦାନ କରିବା ଏହାର ମୂଳଲକ୍ଷ୍ୟ। ମହିଳା, ଶିଶୁ ଓ ବୃଦ୍ଧ ଙ୍କ ପାଈଁ ସୁରକ୍ଷିତ ବାତାବରଣ ବାସନ୍ଦ ଏକ ଘରିକିଆ ପ୍ରଥା ଏବଂ ଲିଙ୍ଗଗତ ଭାବ ର ନିରାକରଣ, ଭିନ୍ନ କ୍ଷମ ମାନଙ୍କ ପାଈଁ ସ୍ୱତନ୍ତ୍ର ସୁବିଧା ଏବଂ ଦକ୍ଷତା ବିକାଶ ସହିତ ସମସ୍ତଙ୍କ ପାଈଁ ଉନ୍ନତ ସ୍ୱାସ୍ଥ୍ୟ ସେବା, ସ୍ୱଚ୍ଛ ପାନୀୟ ଜଳ ଏବଂ ସୁନିଶ୍ଚିତ ଶିକ୍ଷା ବ୍ୟବସ୍ଥା ଆଧାରରେ ଚୟନ କରାଯାଇଛି।ତଥ୍ୟ ଅନୁଯାଇ ଆର୍ଥିକ ବର୍ଷ ୨୦୨୩-୨୪ ରେ ମନ୍ଦାର ପଞ୍ଚାୟତ ରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନାରେ ୬୩୬ ଜଣ ଏବଂ ରାଜ୍ୟ ସରକାର ଙ୍କ ପରିଚାଳିତ ବିଭିନ୍ନ ଯୋଜନାରେ ୩୪୭ ଜଣ ଏପରି ଭାବେ ମୋଟ ୯୮୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ୩୩୭୧ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ୪୦୪ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ରାସନ ଏବଂ ୩ଜଣ ଦିବ୍ୟାଙ୍ଗ ଙ୍କୁ ବସ ପାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୪ ଜଣଙ୍କୁ ଗୃହ, ଅନ୍ତୋଦୟ ଗୃହ ଯୋଜନାରେ ୩୮ଜଣ ହିତାଧିକାରୀଙ୍କୁ ଏବଂ ୧୧୬ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ବିନା ସୁଧରେ ୧୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ବୈବାହିକ ସହାୟତା ଜଣଙ୍କୁ ପ୍ରଦାନ କରାଯାଇଛି। ଦେଶରେ ସର୍ବଶ୍ରେଷ୍ଠ ପଂଚାୟତ ପାଇବାରେ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଙ୍କ ଅବଦାନ ଅତୁଳନୀୟ ବୋଲି ମନ୍ଦାର ପଞ୍ଚାୟତ ର ସରପଞ୍ଚ ସୁନିତା ଜେନା ଓ ପଞ୍ଚାୟତ ବାସି ପ୍ରକାଶ କରିବା ସହ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି।

