ବୁଗୁଡ଼ା,୨୨।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ପିପୁଲସ୍ କଲେଜ୍ ବୁଗୁଡ଼ା +3 ଦ୍ଵିତୀୟ ବର୍ଷ ର ଛାତ୍ରୀ ଉଷଶ୍ରୀ ଖାଡ଼ଙ୍ଗା ନୂଆ, ଦିଲ୍ଲୀ ଠାରେ ଏନ୍ ସି ସି ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଥଲ୍ ସୈନିକ୍ କ୍ୟାମ୍ପ୍ ରେ ଅଂଶଗ୍ରହଣ କରି ପିପୁଲସ୍ କଲେଜ୍ ଏବଂ ବୁଗୁଡ଼ା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗଞ୍ଜାମ ଜିଲ୍ଳା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ସଦାଶିବପୁର ଶାସନ ଗ୍ରାମ ର କାଳିପ୍ରସାଦ ଖାଡ଼ଙ୍ଗା ଏବଂ ସଙ୍ଗୀତା କୁମାରୀ ଖାଡ଼ଙ୍ଗା ଙ୍କ ଝିଅ ଉଷଶ୍ରୀ ପିପୁଲସ୍ କଲେଜ୍ ବୁଗୁଡ଼ା ଏନ୍ ସି ସି ର ଜଣେ ଶୃଙ୍ଖଳିତ କ୍ୟାଡେଟ୍। ସେ ଏନ୍ ସି ସି ପକ୍ଷରୁ ନୂଆ ଦିଲ୍ଲୀ ଠାରେ ଆୟୋଜିତ ସର୍ବ ଭାରତୀୟ ଥଲ୍ ସୈନିକ୍ କ୍ୟାମ୍ପ୍ ରେ ଜଡ୍ଜିଙ୍ଗ ଡିସଷ୍ଟାଂଶ୍ ଇଭେଣ୍ଟ ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି। ଏଥି ପାଇଁ ଉଷଶ୍ରୀ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି । ପିପୁଲସ୍ କଲେଜ୍ ପକ୍ଷରୁ ଛାତ୍ରୀ ଉଷଶ୍ରୀ ଙ୍କୁ ଏକ ସମ୍ବର୍ଦ୍ଧନା ସଭା ମାଧ୍ୟମରେ ପୁଷ୍ପ ଗୁଛ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ଏହି ସଫଳତା ର ଶ୍ରେୟ ସେ ନିଜ ବାପା,ମା,ଓ କଲେଜ ର ଅଧକ୍ଷ, ଏନ୍ ସି ସି ଅଫିସର ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ କଲେଜ୍ ର ଅଧ୍ୟାପକ ଅଧ୍ୟାପିକା, ଏବଂ ନିଜର ସାଙ୍ଗ ସାଥି ମାନଙ୍କୁ ଦେଇଛନ୍ତି । ଉଷଶ୍ରୀ କହିଛନ୍ତି ଯେ ସେ ଏଭଳି କଠିନ ପରିଶ୍ରଣ ଜାରି ରଖିବେ ଏବଂ ଭବିଷ୍ୟତ ରେ ସେନା ବାହିନୀ ରେ ଯୋଗ ଦେଇ ଦେଶ ସେବା କରିବେ ।

