ପୁରୁଷୋତ୍ତମ,୩।୧୧(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳର ଋଷିକୁଲ୍ୟା ନଦୀ ବନ୍ୟାରେ ସର୍ବସ୍ୱ ହରାଇଥିବା ଗ୍ରାମବାସୀ ମାନେ ପିଇବା ପାଇଁ ପାଣି ଓ ଖାଇବା ପାଇଁ ଖାଦ୍ୟ ଓ କ୍ଷତିପୂରଣ ପାଇଁ ନ୍ୟାୟ ଅପେକ୍ଷାରେ ଥିବା କୁମାରୀ ଗ୍ରାମବାସୀଙ୍କ ଧୈର୍ଯ୍ୟ ଭାଙ୍ଗିପଡିଛି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ଶେଷରେ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଥିଲେ। ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଏବଂ ନେତାମାନଙ୍କ ଚରମ ଅବହେଳା ଓ ପ୍ରଶାସନିକ ପଦକ୍ଷେପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ବନ୍ୟାରେ ଘରେ ପାଣି ପସୀ ନାହିଁନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ତା ସାଙ୍ଗକୁ ଚାଷଜମି ଓ ଜୀବିକା କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମବାସୀ ନିଜର ହକ୍ ପାଇଁ ରାଜରାସ୍ତାରେ ବସିବାକୁ ବାଧ୍ୟ ହେବା ପ୍ରଶାସନିକ ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।ସୂଚନା ଥାଉକି ବାରମ୍ବାର ଅଭିଯୋଗ ସତ୍ୱେ ପିଇବା ପାଣି ର ସମସ୍ୟା ଉତ୍କଟ ହୋଇଥିଲା ଏବଂ ପଦାଧିକାରୀ ନେତା ମାନଙ୍କ ଉତ୍ତମ ବ୍ୟବହାର ନ ମିଳିବା ଯୋଗୁଁ ଗ୍ରାମବାସୀମାନେ ଉତକ୍ଷିପ୍ତ ହୋଇ ରାଜରାସ୍ତାକୁ ଅବରୋଧ କରିଥିଲେ ଫଳରେ ସହ ସହ ଗାଡି ଅଟକି ରହିଥିଲା lରାସ୍ତାରୋକ ଯୋଗୁଁ ଯାନବାହନ ଚଳାଚଳ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଥିଲା ଖବର ପାଇ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତାରୋକ ହଟିଥିଲା ଏବଂ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।ଏନ.ଏ.ସି ରେ ଖାଲି ୧୩, ୧୪ ୱାର୍ଡର ସମସ୍ୟା ନୁଁହ ବରଂ ୧ ଠାରୁ ୧୪ ପର୍ଯ୍ୟନ୍ତ ସବୁ ୱାର୍ଡରେ ବିଭିନ୍ନ ସମସ୍ୟା ରହିଛି ସେଗୁଡିକର ତୁରନ୍ତ ସମାଧାନ ହେଵା ଜରୁରୀ ହୋଇପଡିଛି l ତେବେ ଗ୍ରାମବାସୀଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ସେମାନଙ୍କ ଦୁଃଖ ଓ ଦାବିର ଅବସାନ ଘଟିନାହିଁ।

