ଫୁଲବାଣୀ,୦୩।୧୧(ସୁନୀଲ ପଟନାୟକ):କଂଧମାଳ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶ ମ୍ଭୁନାଥ ନନ୍ଦୀ ଓ ସାଂସଦ ପ୍ରତିନିଧି ସୋନ୍ତଶ ଲେଙ୍କା ଅlଜି ମିଳିତ ଭାବେ ରାଇକିଆ ବ୍ଲକ୍ ଅନ୍ତର୍ଗତ ପୋକ ସୁଙ୍ଗା ସ୍କୁଲ ରେ ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ ରେ ଯାଇ ସେଠାରେ ରହୁଥିବା କ୍ଷତି ଗ୍ରସ୍ତ ଲୋକଙ୍କୁ ଭେଟି ଆଲୋଚନା କରି ବା ସହ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ l ଲୋକେ ସେମାନଙ୍କ ମନର କଥା ସେ ଦୁହିଁଙ୍କୁ ଜଣାଇଥିଲେ ସମସ୍ୟା ର ସମାଧାନ ଶିଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ଚିହ୍ନଟ ହୋଇଥିବା ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାର ଙ୍କୁ ରିଲିଫ ଓ ସହାୟତା ପ୍ରଦାନ କରାଯିବ ବୋଲି ସାଂସଦ ପ୍ରତିନିଧି ଲେଙ୍କା ପ୍ରତିଶୃତି ଦେଇଥିଲେ l ଏହି ଦୁର୍ଦ୍ଦିନ ରେ ସରକାର ଓ ଲୋକ ପ୍ରତିନିଧି ସମୂର୍ଣ ଭାବେ ଲୋକଂକ ନିକଟରେ ଅଛନ୍ତି ଓ ସମସ୍ତ ସହଯୋଗ କରୁଛନ୍ତି ବୋଲି ଲେଙ୍କା କହିଥିଲେ l ସେହିପରି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ମୂଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ କହିଛନ୍ତି l ନନ୍ଦୀ ନିଜେ ଭୋକ ଶୋଷ ଭୁଲି ଜୀବନକୁ ବାଜି ଲଗାଇ ଦିନ ରାତି ଅହରହ ଉଦ୍ୟମ ଜାରୀ ରଖିଛନ୍ତି l ଫଳରେ ଲୋକେ ରିଲିଫ କ୍ୟାମ୍ପ ରେ ସୁରକ୍ଷିତ ରହିଥିବା କହିବା ସହ କୃତ ଜ୍ଞତା ମଧ୍ଯ ଜ୍ଞାପନ କରିଛନ୍ତି l ରାଇକିଆ ବ୍ଲକ୍ ଅଞ୍ଚଳ ରେ ଥିବା ୧୩ଟି ରିଲିଫ କ୍ୟାମ୍ପ ରେ ହଜାରେ ରୁ ଉର୍ଧ ଲୋକଙ୍କୁ ସୁରକ୍ଷିତ ଭାବେ ଥାଇଥାନ କରଯାଇଛି l ଏ ସବୁ କ୍ୟାମ୍ପ ଗୁଡ଼ିକ ରେ ରହୁଥିବା ଲୋକେ ଯେପରି ଠିକ୍ ସମୟରେ ଭଲ ଖାଦ୍ୟ ଖାଇବେ, ସେମାନଙ୍କ ସ୍ଵାସ୍ଥ୍ୟ ଯେପରି ଭଲ ରହିବ ସେ ସମସ୍ତ କାର୍ଯ୍ୟ କୁ ସୁଚାରୁରୂପେ ତଦlରଖ କରୁଛନ୍ତି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ l ତାଙ୍କର ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଶୈଳୀ କୂ ବେଶ୍ ପ୍ରଶଂସା କରିଛନ୍ତି କ୍ୟାମ୍ପ ରେ ରହୁଥିବା ଲୋକେ l

