ବୁଗୁଡ଼ା,୨/୪(କୁମୁଦ ଚନ୍ଦ୍ର ବେହେରା): ନବ ନିର୍ବାଚିତ ଓକିଲସଂଘ କର୍ମକର୍ତ୍ତାଗଣ ଆଜି ଶପଥ ଗ୍ରହଣ କରିଛନ୍ତି। ନବ ନିର୍ବାଚିତ ସଭାପତି ମାନସ ରଞ୍ଜନ ଦାଶ ,ଉପସଭାପତି ସୁବ୍ରତ କୁମାର ପଟ୍ଟନାୟକ, ସମ୍ପାଦକ ଶ୍ୟାମସୁନ୍ଦର ବିଷୋୟୀ, ଯୁଗ୍ମ ସମ୍ପାଦକ ମନୋଜ କୁମାର ପାଣିଗ୍ରାହୀ ,କୋଷାଧ୍ୟକ୍ଷ କାହ୍ନୁଚରଣ ସାହୁ ,କାର୍ଯ୍ୟକାରୀ କମିଟି ସଦସ୍ୟ ସରୋଜ କୁମାର ଦାଶ ପ୍ରମୁଖଙ୍କୁ ନିର୍ବାଚନ ଅଧିକାରୀ ସତ୍ୟ ନାରାୟଣ ମିଶ୍ର ଶପଥପାଠ କରାଇଥିଲେ । ଏହାପରେ କର୍ମକର୍ତ୍ତାଗଣ ବୁଗୁଡ଼ା ଓକିଲ ସଂଘର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।

