ଭଞ୍ଜନଗର,୨୯।୯(ନିଲୁ ବିଷୋୟୀ):ଏମଏମଡିଆର୍ ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ଉପଜିଲ୍ଲାପାଳଙ୍କୁ ୧୧ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଟାଉନ୍ କଂଗ୍ରେସ କମିଟି ସମ୍ପାଦକ ତଥା ଯୁବନେତା ବିଷ୍ଣୁ ପ୍ରସାଦଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ବବି ଅନନ୍ତନାଗ ରଥଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ। ଏମଏମଡିଆର୍ ବିଲ୍ ପ୍ରତ୍ୟାହାର, ରାଜ୍ୟରେ ସ୍କୁଲ୍ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ପାଇଁ ଶିକ୍ଷ୍ୟା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା,S.I.R ତ୍ରୁଟି ପାଇଁ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି। ଏଥି ସହିତ ଭଞ୍ଜନଗର ହସ୍ପିଟାଲରେ ଡାକ୍ତର ଅଭାବ ସହ ଚିକିତ୍ସାରେ ଅବହେଳା, ସ୍ଥାନୀୟ ଅଞ୍ଚଳରେ ମନ୍ଦିର ଗୁଡିକର ମୂର୍ତ୍ତି ଚୋରୀ ସହ ଅଳଙ୍କାର ଚୋରୀ ରେ ଚୋରଙ୍କୁ ଗିରଫ, ମୁନ୍ସିପାଲ୍ଟିରେ ଟେକ୍ସ ଆଦାୟର ଅହେତୁକ ବୃଦ୍ଧି, ବସଷ୍ଟାଣ୍ଡରେ ସଫେଇ ପ୍ରତିଦିନ ଠିକ୍ ନ ହେବା, ସହରରେ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ଦିଗରେ ପଦକ୍ଷେପ ନେବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଯଦି ଏହି ସବୁ ଦାବିକୁ ସରକାର ଓ ପ୍ରଶାସନ ଗୁରୁତ୍ବ ଦେଇ ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ କଂଗେସ ଚେତାବନୀ ଦେଇଛି।

