ବୁଗୁଡ଼ା, ୩/୪ (କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଲକ ଅଧୀନ ଅନ୍ତରପଡ଼ାସ୍ଥିତ ମା’ ସାଙ୍କୁଳାଇ କଲ୍ୟାଣମଣ୍ଡପରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏମ୍. ଦେବାଶିଷ ଦୋରାଙ୍କ ପରିଚାଳନାରେ ଆୟୋଜିତ କର୍ମଶାଳାରେ ‘ଆତ୍ମା’ ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନା, ସରପଞ୍ଚ ବସନ୍ତ କୁମାର ଶତପଥୀ, ବ୍ଲକ ବିଟିଏମ୍ ଅମରେନ୍ଦ୍ର ମହାପାତ୍ର, ବିଧାୟକ ପ୍ରତିନିଧି ହରିକୃଷ୍ଣ ସାହୁ, ମୃତ୍ତିକା ସଂରକ୍ଷଣ ଅଧିକାରୀ ଦେବଦତ୍ତ ଶତପଥୀ, ପୋଲସରା ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢ଼ୀ, ପୁରୁଷୋତ୍ତମପୁର ସହକାରୀ ଉଦ୍ୟାନ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ମହାନ୍ତି, ଧରାକୋଟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀକାନ୍ତ ସେଠୀ ଓ ଏଟିଏମ୍ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ସରକାରୀ ଯୋଜନା ଓ ଉନ୍ନତମାନର ଚାଷ ପ୍ରଣାଳୀ ଉପରେ ଆଲୋଚନା ହୋଇଥିଲା। ଉଦ୍ୟାନ ସଂପ୍ରସାରଣ କର୍ମଚାରୀ ରାଜେଶ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

