ବ୍ରହ୍ମପୁର,୦୨।୧୦/(ନିଗମାନନ୍ଦ ପଣ୍ଡା):ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ବାପୁଜୀ ଆଶ୍ରମ, ବିଜିପୁର,ବ୍ରହ୍ମପୁର ଠାରେ ଏକ ପ୍ରାର୍ଥନା ସଭା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତାଙ୍କ ଆଦର୍ଶ ଓ ନୀତିକୁ ଆଗକୁ ନେବା ପାଇଁ ସଂକଳ୍ପ ନିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି ବୃନ୍ଦାବନ ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା Dr. ତ୍ରିନାଥ ବେହେରା, ଉପ ସଭାପତି ଅଶୋକ କୁମାର ପଟ୍ଟନାୟକ,ମହିଳା ସଭାନେତ୍ରୀ ସୁଭାଷିନୀ ପଟ୍ଟନାୟକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରବୀର ସାବତ , ଶଙ୍କର ସୁବୁଦ୍ଧି , ତାରକେଶ୍ୱର ରେଡ୍ଡୀ,ଗୁରୁନାଥ ରେଡ୍ଡୀ, ସୁଶାନ୍ତ ପାଣି, ପ୍ରସନ୍ନ ପ୍ରଧାନ, ନିଗମାନନ୍ଦ ପଣ୍ଡା,ବୁଡୁ ପାଣି ପି ରାମରାଓ,ପି.ସୀତାୟା ରେଡି, ଗଣେଶ ଚନ୍ଦ୍ର ସାହୁ, ଯୋଗୀ ବେହେରା, ସିଦ୍ଧାନ୍ତ ସାହୁ,ସାକା ସୁଜିତ କୁମାର,ପ୍ରଭୃତି ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ।ଶେଷରେ ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

