ଜଗନ୍ନାଥ ପ୍ରସାଦ,୦୨।୧୦ (ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନାରେ କାର୍ଯ୍ୟରତ ପୋଲିସ ଏସଆଇ ଶ୍ରୀନିବାସ ପାଲକା, ଏଏସଆଇ ପ୍ରିୟରଞ୍ଜନ ମିଶ୍ର, ଏଏସଆଇ ଟି. ପ୍ରମିଳା, ଏଏସଆଇ ବ୍ରହ୍ମାନନ୍ଦ ପ୍ରଧାନଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଜଗନ୍ନାଥ ପ୍ରସାଦ ଥାନାରେ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବିଦାୟ କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମରେ ଭଞ୍ଜନଗର ଅତିରିକ୍ତ ଅରାକ୍ଷୀଧିକ୍ଷକ ରଞ୍ଜନ କୁମାର ଦେ, ଉପଖଣ୍ଡ ଅରାକ୍ଷୀ ଅଧିକାରୀ ଡ଼. ଦୀପକ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ପକ୍ଷରେ ସ୍ଥାନୀୟ ବିଡ଼ିଓ ମନ୍ମଥନାଥ ମଲ୍ଲିକ,ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଦାସ କିରଣ କୁମାର,ଡାକ୍ତର ସୁଭାଙ୍ଗି ପାଳ, ଡାକ୍ତର ପଞ୍ଚାନନ ସେଠି, ଅତିରିକ୍ତ ଥାନାଧିକାରୀ ଅନିଲ କୁମାର ଦେବତା ପ୍ରମୁଖ ମଂଚାସୀନ ରହିଥିଲେ l ଜୀବନର ଶୁଭ କାମନା କରିବା ସହିତ ନିଜ ଦୀର୍ଘ ଦିନର ପୋଲିସ ଚାକିରୀରେ ଯେଉଁ ଅଭିଜ୍ଞତା ହାସଲ କରିଛନ୍ତି ତାହା ଆଗାମୀ ପୀଢ଼ିକୁ ସୃଦୃଢ଼ କରିବ ଏବଂ ଜନସାଧାରଣ ମାନଙ୍କୁ ନିଷ୍ଠାପର ସେବା ଯୋଗାଇବା ପାଇଁ ବିଦାୟୀ କାଳୀନ ୪ ଅଧିକାରୀ ମାନଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେ ପ୍ରବାର୍ତ୍ତାଇ ଥିଲେ l ଏହି ଚାରି ଅଧିକାରୀ ଜଗନ୍ନାଥ ପ୍ରସାଦ ଥାନାରେ କାର୍ଯ୍ୟକାଳ ସମୟରେ ଜଣେ ମିଷ୍ଟଭାଷୀ, ମେଳାପୀ ବ୍ୟକ୍ତିତ୍ଵ ଭାବେ ଅଞ୍ଚଳରେ ପରିଚିତି ଥିଲେ l ପରିଶେଷରେ ଥାନା ପକ୍ଷରୁ ଚାରି ଅଧିକାରୀ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଅତିରିକ୍ତ ଏସପି ଶ୍ରୀ ଦେ ଓ ଏସଡିପିଓ ଶ୍ରୀ ମିଶ୍ରଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ଉପହାର ପ୍ରଦାନ କରାଯାଇଥିଲା l ସାମ୍ବାଦିକ ଚନ୍ଦ୍ରକେତୁ ରାଉତ, ଚିତ୍ତରଞ୍ଜନ ଗନ୍ତାୟତ, ବିଭୁ ପ୍ରସାଦ ପଟ୍ଟନାୟକ, ଧବଳେଶ୍ୱର ବେହେରା ସ୍ୱତନ୍ତ୍ର ଭାବେ ଉପଢୌକନ ଦେଇ ଶୁଭେଚ୍ଛା ଜଣାଇବା ସହ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଏସଆଇ ମୋହନ କହଁରକୁ ଉପଢୌକନ ଦେଇ ସ୍ୱାଗତ ଜଣାଇଥିଲେ l କାର୍ଯ୍ୟକ୍ରମକୁ ଥାନାଧିକାରୀ ଶ୍ରୀ ଲେଙ୍କା ସଂଯୋଜନା କରୁଥିବା ବେଳେ କୋର୍ଟ କର୍ମଚାରୀ,ଆତ୍ମା ଚେୟାରମେନ ପ୍ରତାପ ପ୍ରଧାନ,ଥାନାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

