ଚିକିଟି,୩।୧୦(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଳା ବାବାଜୀ ତୋଟା ସାହିସ୍ଥିତ ଏକ ଘରେଇ ହୋଟେଲରେ ଅନୁଷ୍ଠିତ ସୌରଭ ଶାରଦୀୟ ଉତ୍ସବ :୨୦୨୬ ରେ ଚିକିଟି ସମ୍ବାଦ ସାହିତ୍ୟ ଘର ର ଯୁବ ଗାଳ୍ପିକ ମନୋଜ କୁମାର କୁଣ୍ଡ ଙ୍କୁ ଗଞ୍ଜାମର ଯୁବ ସୌରଭ ଶାରଦୀୟ ସମ୍ମାନ ୨୦୨୬ ସମ୍ମାନିତ କରାଯାଇଛି l ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭବେ ଯୋଗଦେଇ ଥିବା ବେଳେ କବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂ ଯାମିନୀକାନ୍ତ ଦାସ, ଡାକ୍ତର ସରୋଜ ମିଶ୍ର, ସୁଲେଖକ ରାଜେନ୍ଦ୍ର ଷଡ଼ଙ୍ଗୀ ଓ କବି ଅଞ୍ଜଳି ଦାଶ ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ l

