ଫୁଲ ବାଣୀ,୦୯।୧୦(ସୁନୀଲ ପଟ୍ଟନାୟକ):ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୮ବର୍ଷ ହେଲା କ୍ୟାମ୍ପସ ରେ ନିର୍ବାଚନ ବନ୍ଦ ଥିଲା l ତେବେ ବର୍ତ୍ତମାନ ସରକାର ନିର୍ବାଚନ ପାଈଁ ଅନୁମତି ଦେବା ଓ ଏ ନେଇ ଗତ କାଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେଶ ଖୁସିର ଲହରୀ ଖେଳିଯାଇଛି l ଆଉ ମାତ୍ର ୪/୬ମାସ ମଧ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ l ତl ପୁର୍ବରୁ ବିଭିନ୍ନ କଲେଜ ରେ ବିଜେଡି ସମର୍ଥିତ ପାର୍ଥି ମାନେ ଯେପରି ବିଜୟୀ ହେବେ ସେଥିପାଇଁ ବିଜେଡି ଓ ବିଜେପି ପ୍ରାଣ ମୂର୍ଚ୍ଛା ଉଦ୍ୟମ୍ ଜାରି ରଖିଛନ୍ତି l ଏହି ଛାତ୍ର ସଂସଦ ନିର୍ବାଚନ ସେମାନଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି l କଂଗ୍ରେସ୍ ମଧ୍ଯ କଲେଜ ନିର୍ବାଚନ ରେ ମୁଣ୍ଡ ନ ପୁରାଇ ରହିନି l ସେ ବି ପ୍ରାର୍ଥୀ ଖୋଜୁଛି l ଆଉ ଜେନ ଜି କଥା, ଛାତ୍ର ଙ୍କୁ ପାର୍ଲିଆମେଣ୍ଟ ରୋଡ ରେ ମାଡ ଘଟଣା, କୁ ପିଲାଙ୍କୁ ବୁଝାଇ କଂଗ୍ରେସ୍ ସମର୍ଥିତ ପ୍ରାର୍ଥୀ ବିଜୟୀ ହେବେ ଉଦ୍ୟମ କରୁଛି l ବିଜେପି ନେତା ମାନେ ଏ ଭି ବି ପି ସଂଗଠାନ ଜରିଆରେ ଛାତ୍ର ସଂସଦ ନିର୍ବାଚନ ବାଜି ମାତ୍ କରିବା ପାଇଁ ଉଦ୍ୟମ ଆରଂଭ କରିଛନ୍ତି l ବିଜେପି ର ସାଂସଦ ଓ ବିଧାୟକ ମାନେ ବି ପରଦା ପଛରେ ରହି ଆର୍ଥ ଖର୍ଚ୍ଚ କରି ଗୋଟି ଚଳାଉଛନ୍ତି l ତେବେ ବିଜେଡି ୨୦୨୪ ନିର୍ବାଚନ ରେ ହରାଇଥିଲେ ବୀ ଦଳ ର ସ୍ଥିତି ବେଶ ମଜଭୁତ ଅଛି l ଆଉ ଦେଶ ଓ ରାଜ୍ୟରେ ବିଜେପି ବିପକ୍ଷରେ ଜନମତ ସୃଷ୍ଟି ହେଉଥିବାରୁ ଆଉ ବିଶେଷ କରି ଯୁବ ଛାତ୍ର ଛାତ୍ରୀ ନେତୃତ୍ୱ ନେଉଥିବାରୁ ବିରୋଧୀ ଦଳ ପ୍ରାର୍ଥୀ ଙ୍କୁ କ୍ୟମ୍ପସ ଛାତ୍ର ଛାତ୍ରୀ ମାନେ ଭୋଟ ଦେବାଲାଗି ମନ୍ ବଳାଇଥିବା ନେଇ ଭିତିରିଆ ଖବର ଆସୁଥିବାରୁ ଏହା ଶାସକ ଦଳ ନେତାଙ୍କ ପାଈଁ ଚିନ୍ତାର ବିଷୟ ହୋଇଛି l ଏଭଳି ହେଲେ ବିଜେଡି କନ୍ଧମାଳ ଜିଲ୍ଲା ର ଅନେକ ସ୍ଥାନ ରେ ବିଜୟୀ ହେବାର ସମ୍ଭାବନା ରହିଛି l

