ତାରାତାରିଣୀ,୧୨।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଭବ ସଂସାର କୁ ରକ୍ଷାସ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ଜଗତ ଜନନୀ ମା ଙ୍କୁ ଆରମ୍ଭ ହୋଇଛି ଆରାଧନା l ଆସଆଶ୍ୱିନ ପ୍ରତିପତା ଠାରୁ ଦେବୀ ପୀଠ ମାନଙ୍କରେ ଆରମ୍ଭ ହୋଇଛି ନବଦୀନାତ୍ମକ ପୂଜା l ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଚାରି ଆଦିଶକ୍ତି ପୀଠ ମଧ୍ୟରେ ଅନ୍ୟତମ ମା ତାରାତାରିଣୀ ପୀଠରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି l ମା ଆଜି ଶୈଳପୁତ୍ରୀ ବେଶ ରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ି ଭୋରରୁ ମା ଙ୍କ ଦ୍ୱାର ଫିଟା ନୀତି ପରେ ମୈଲମ, ପଞ୍ଚସୁତ୍ର ରେ ଅଭିଷେକ ପରେ ମା ଶୈଳପୁତ୍ରୀ ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି l ମା ଙ୍କ ପୀଠରେ ପ୍ରତ୍ୟେକ ଦିନ ଷୋଡଶ ପୂଜା ସହ ହୋମ ଯଜ୍ଞ,ଚଣ୍ଡୀ ପାଠ ରେ ପ୍ରକମ୍ପିତ ହେଉଛି ଏହି ସ୍ଥାନ l ତେବେ ନବରାତ୍ର ପୂଜା ଠାରୁ ପୀଠରେ ଅଖଣ୍ଡ ଦୀପ ପ୍ରଜ୍ବଳନ ର ରହିଛି ସ୍ୱତନ୍ତ୍ର ନୀତି l ଶ୍ରଦ୍ଧାଳୁ ମାନେ ନିଜ ପରିବାର ମଙ୍ଗଳ କାମନା ସହ ବିଶ୍ୱବାସୀ ଙ୍କ କଲ୍ୟାଣ ପାଇଁ ମାଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରି ମାନସିକ ଧାରଣ କରିଛନ୍ତି ଏହାଉପରେ ଶୁଣନ୍ତୁ ଭକ୍ତ ଓ ପୂଜାରୀଙ୍କ ମତାମତ ।

