ବ୍ରହ୍ମପୁର,୧୨।୧୦(ହିମାଂଶୁ ଶେଖର ସାବତ):ବହୁଦିନ ପରେ ଓଡ଼ିଶାରେ କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଚାଲିଛି । ଉକ୍ତ ନିର୍ବାଚନ ଶାନ୍ତିପୂର୍ଣ୍ଣ ହେବାପାଇଁ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। କିଛି ଜାଗାରେ ହିଂସା କାରଣରୁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦିଆଯାଇଛି। ଏହି ପରିପେକ୍ଷୀରେ ହିଞ୍ଜିଳି ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା ଏବଂ ପ୍ରଚାରରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ପରିବର୍ତ୍ତିତ ପରିସ୍ଥିତିକୁ ପାଥେୟ କରି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ନିଜର ବିଜୟ ହାସଲ ସହ ସଂମାନ ବଞ୍ଚାଇବାପାଇଁ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରୁଥିବାର ଦେଖାଯାଇଛି କିନ୍ତୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡ଼ି ) କୌଣସି କ୍ଷେତ୍ରରେ ପଛୁଆ ନଥିବା ଏବଂ ପ୍ରଚାର ଓ ପ୍ରସାରରେ ବିଭିନ୍ନ ଛାତ୍ର ଛାତ୍ରୀ ଙ୍କ ଧ୍ୟାନ ଆକର୍ଷଣ ପାଇଁ ଚେଷ୍ଟା ଜାରି ରଖିଛି । ଏବିଭିପି ର ସାମାନ୍ୟ ତମ ପରାଜୟ ରାଜ୍ୟ ରାଜନୀତିରେ ପ୍ରଭାବ ଦେଖିବାକୁ ମିଳୁଥିବାବେଳେ ବିସିଜେଡ଼ି ପୁର୍ଣ କ୍ଷମତାକୁ ଆସିବାପାଇଁ ଛାତ୍ର ଛାତ୍ରୀଙ୍କ ଘରକୁ ଘର ଯାଇ ପ୍ରଚାର ସହ ନିକଟତର ହେବାକୁ ଚେଷ୍ଟା କରିଛି। କହିବାକୁ ଗଲେ ବର୍ତମାନର ସାମ୍ପ୍ରତିକ ପରିସ୍ଥିତି ବିଜୁ ଛାତ୍ର ଜନତା ଦଳ ସପକ୍ଷରେ ଯାଇପାରେ ବୋଲି ଛାତ୍ର ଛାତ୍ରୀ ମହଲ ଏବଂ ଅଞ୍ଚଳରେ ଆଲୋଚନା ହେଉଛି ।

