ବେଗୁନିଆପଡା,୧୩।୧୦(ବାପୁନି ମାଲୁ):ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଚିଙ୍ଗୁଡ଼ି ଖୋଲ କ୍ଳଷ୍ଟର ଅନ୍ତର୍ଭୁକ୍ତ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ । ଏଥିରେ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ମଳିକ, ସମିତି ସଭ୍ୟ ଜିତେନ୍ଦ୍ର କୁମାର ଗୌଡ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପିନାଥ, ପୂର୍ବତନ ସଭାପତି ରଞ୍ଜନ କୁମାର ନାହକ, ସି ଆର ସି ସି ହର ମୋହନ ଜେନା, ନାରାୟଣ ସେଠୀ, ପି.କୃଷ୍ଣଚନ୍ଦ୍ର ଦୋରା, ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସେଠୀ, ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଦାଶ, ନୃସିଂହ ଚରଣ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବାବୁଲା ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ରବିନାରାୟଣ ଶତପଥି ମଞ୍ଚ ପରିଚାଳନା କରିଥିଲେ ।

