ବୁଗୁଡ଼ା,୧୩।୧୦(ପୂର୍ଣ୍ଣ ଚନ୍ଦ୍ର ବେହେରା):ବୁଗୁଡା ବ୍ଲକ ଅନ୍ତର୍ଗତ ପାଙ୍ଗିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନ୍ତରପଡା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ସିଆରସିସି ଶର୍ମିଷ୍ଠା ଜେନାଙ୍କ ତତ୍ତ୍ବାବଧାନରେ ସଂପୃକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ “ସୁରଭି” କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ କୃଷ୍ଣଚନ୍ଦ୍ର ବେହେରା,ସମ୍ମାନିତ ଅତିଥି ଭାବେ ପାଙ୍ଗିଡି ସରପଞ୍ଚଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ବିଷୋୟୀ, ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରକାଶ ଚନ୍ଦ୍ର ସାହୁ ଓ ମୁଖ୍ୟ ବକ୍ତା ଭାବେ ପିଡିପୁର ଶାସନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଉକ୍ତ କ୍ଲଷ୍ଟର ଅନ୍ତର୍ଗତ ୧୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ବକ୍ତୃତା, ସଙ୍ଗୀତ, ବିତର୍କ, ଶୃତଲିଖନ, ସୃଜନାତ୍ମକ ଲିଖନ, ନୃତ୍ୟ, ଚିତ୍ରାଙ୍କନ, ପ୍ରବନ୍ଧ, ଶିଳ୍ପକଳା, ଚିତ୍ରକଳା, ସାଧାରଣ ଜ୍ଞାନ ଆଦି ୨୧ ଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।ସହକାରୀ ଶିକ୍ଷକ ଅଜୟ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସିଆରସିସି ଶର୍ମିଷ୍ଠା ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

