ଫୁଲବାଣୀ,୧୪।୧୦(ସୁନୀଲ ପଟନାୟକ):ଫୁଲବାଣୀ ସହରରେ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବା ପାଇଁ ବୁଧବାର ଜିଲ୍ଲା ପାଳ ଙ୍କ ସଦ ଭାବନା ଗୃହରେ ଉପ ଜିଲ୍ଲା ପାଳ ଭିକାରି ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଜିଲ୍ଲା ପାଳ ବେଦ ଭୂଷଣ, ଏସପି ରମେନ୍ଦ୍ରପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଦୁର୍ଗାପୂଜା କମିଟି କର୍ମ କର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ l ପୂଜା ସମୟରେ ବିଶେଷକରି ୨୦ଓ ୨୧ତାରିଖ ଓ ଭସାଣି ଉତ୍ସବ ୨୩ତାରିଖ ଦିନବିପୁଳ ଜନ ସମାଗମ କୁ ଦୃଷ୍ଟୀ ରେ ରଖି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି, ପୂଜା ମଣ୍ଡପ ରେ ସି ସି ଟିଭି ଲଗେଇବା, ଡି ଜେ ନ ବଜାଇ ପାରମ୍ପରିକ ବାଜା ବଜାଇବା ସହ ମଣ୍ଡପ ରlତି ୧୦.୩୦ ରେ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ l ସହରରେ ଏ ବର୍ଷ ୮ଟି ଦୁର୍ଗା ମେଢ଼ ଅନୁଷ୍ଠିତ ହେବ ବୋଲି କହିଛନ୍ତି କମିଟି ସଦସ୍ୟ l ପୂଜା ରେ ଅନବରତ ବିଦ୍ୟୁତ୍ ସେବା ଯୋଗାଇ ଦେବା, ମଣ୍ଡପ ରେ ପାନୀୟ ଜଳ ବ୍ୟବସ୍ଥା, ଓ ମଣ୍ଡପ ନିକଟ ରେ ଡ ଷ୍ଟ ପିନ ରଖି ପରିବେଶକୁ ସଫା ସୁତୁରା ରଖିବା ପାଇଁ ଜିଲ୍ଲାପାଳ ବେଦ ଭୂଷଣ ପରାମର୍ଶ ଦେଇଥିଲେ l ସେହିପରି ୨୩ରେମୂର୍ତ୍ତି ବିସର୍ଜନ ଯେପରି ସୁରୁଖୁରୁ ରେ ହେବ ସେ ନେଇ ଆଲୋଚନା ହୋଇଥିଲା l ଏହା ବ୍ୟତୀତ ବଳସ କୁମ୍ପା ବରାଳ ଦେବୀ ପୀଠ ରେ ନବମୀ ଦଶମୀ ପୁଜା ନୀତି କାନ୍ତି ପ୍ରକାରେ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେ ନେଇ ମଧ୍ଯ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ଉପରେ ଆଲୋଚନା ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ଖଜୁରିପଡା ଶୁଭଶ୍ରୀ ରଥ, ମୁନିସି ପାଲଟି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ବରାଳ ଦେବୀ ପୀଠ ସଭାପତି ବିରେନ୍ଦ୍ର କହଁର,ଟିପି ଏସ ଓ ଡି ଏଲ ସହକାରୀ ଯନ୍ତ୍ରୀ, ଆଇନଜୀବି ରମେଶ ମହାନ୍ତି,ଟାଉନ ଥାନା ଅଧିକାରୀ , ବସ ଓନୋର ଏସୋସି ଏ ସନ୍ ସଭାପତି ପ୍ରଶାନ୍ତ କୁମାର ପାତ୍ର,ଅଗ୍ନିଶମ ବିଭାଗ ଅଧିକାରୀ, ସଂସ୍କୃତି ଅଧିକାରୀ ନଳିନୀ କାନ୍ତ ସାହୂ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ l

