ବେଗୁନିଆପଡ଼ା,୧୫।୧୦(ବାପୁନି ମାଲୁ):ଆଜି ଛାତ୍ର ସଂସଦ ନିର୍ବାଚନ । ନିଜ ପସନ୍ଦର ନେତା ବାଛୁଛନ୍ତି ଛାତ୍ର ଛାତ୍ରୀ । ଏହି ପରିପ୍ରେକ୍ଷୀରେ କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲମ୍ବା ଲାଇନ ସହ ଉତ୍ସାହ ଦେଖିବାକୁ ମିଳିଛି ।ଏଥିପାଇଁ ସକାଳ ୮ଟାରୁ ଭୋଟ ଆରମ୍ଭ ହୋଇଛି । ଏହା ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଗଞ୍ଜାମ ଜିଲ୍ଲା କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ବେଶ୍ ସୁରୁଖୁରୁରେ ଚାଲିଛି ମତଦାନ। ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବା ପାଇଁ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ହୋଇଛି । କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବା କ୍ଷଣି ଭୋଟଗଣତି କରାଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ରହିଛି ।ତେବେ ନିଜ ପସନ୍ଦର ନେତା ବାଛିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲମ୍ବା ଲାଇନ ଦେଖିବାକୁ ମିଳିଛି।

