ବେଗୁନିଆପଡ଼ା,୧୮।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ର ତାଳଗାଁ ଠାରୁ ଝାଡ଼େଶ୍ୱର ମନ୍ଦିର ଦେଇ କେଶରପୁର ଓ ଭାବିନିପୁରକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ଧରି ଅବ୍ୟବସ୍ଥାରେ ପଡ଼ିରହିଛି। ପାଣି କାଦୁଅରେ ଯାତାୟାତ କରି ଲୋକେ ହନ୍ତସନ୍ତ ହେଉଥିବା ବେଳେ ପକ୍କା ରାସ୍ତା ନିର୍ମାଣ ହେଉନାହିଁ କାହିଁକି ? ଏଠି ପ୍ରଶ୍ନ ଉଠୁଛି, ବିକାଶର ପ୍ରତିଶ୍ରୁତି ଦେଉଥିବା ଲୋକ ପ୍ରତିନିଧି କେଉଁଠି ? ପ୍ରଶାସନ କାହିଁକି ନିରବ ? ରାସ୍ତାର ସ୍ଥାୟୀ ସମାଧାନ କେବେ ହେବ ? ଅଞ୍ଚଳବାସୀଙ୍କ ଦାବି, ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ। କେବଳ ପ୍ରତିଶ୍ରୁତି ନୁହେଁ, ଲୋକଙ୍କୁ ବିକାଶର ବାସ୍ତବ ଚିତ୍ର ଦେଖାଯାଉ।

