ବେଗୁନିଆପଡା,୧୮।୧୦(ବାପୁନି ମାଲୁ):ବିକାଶ ନାମରେ ପଚାଶ ଲକ୍ଷ୍ୟ ସ୍ୱାହା,କାମ କରାଗଲା ପୁଣି ଭଙ୍ଗାଗଲା,ହଜିଗଲା ୱାଚ ଟାୱାର, ଭାଙ୍ଗିଗଲା ଭେଣ୍ଡିଙ୍ଗ ଜୋନ,ସେତେବେଳେ ସେଇ ଅଧ୍ୟକ୍ଷ୍ୟ, ଇଓ ବର୍ତ୍ତମାନ ଭି ସେଇ ଅଧ୍ୟକ୍ଷ୍ୟ,ଇଓ ଏଥିପାଇଁ କିଏ ଦାୟି? ଏହା କଣ ବିକାଶ?ଉତ୍ତର ମାଗୁଛନ୍ତି କୋଦଳା ସାଧାରଣ ଜନତା………..ଏମିତି ଏକ ଘଟଣା ଦୃଷ୍ଟିଗୋଚର ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ମାର୍କେଟ ବିଲଡିଙ୍ଗ ଠାରେ l ଏଠାରେ ପ୍ରାୟ 20 ବର୍ଷ ହେବ ଏନଏସି ର ମାର୍କେଟ ବିଲଡିଙ୍ଗ କାର୍ଯ୍ୟକ୍ଷମ ଅଛି l ଖାଲି ପଡିଥିବା ଅବଶିଷ୍ଠ ଜାଗାରେ ପୂର୍ବତନ ବିଜେଡି ସରକାର ଙ୍କ ଦ୍ୱାରା ରାସ୍ତା କଡରେ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ଉଠାଦୋକାନୀ ଙ୍କ ନିମନ୍ତେ ଅନୁଦାନ ଆସି ପ୍ରେରିତ ହୋଇଥିବା କାର୍ଯ୍ୟ କୁ ବର୍ତ୍ତମାନ ର ବିଜେପି ଅଧ୍ୟକ୍ଷ୍ୟ ତଥା ଆତ୍ମଘୋଷିତ ବିକାଶ ପୁରୁଷ ସୂର୍ଯ୍ୟ ନାରାୟଣ ନାୟକ ଓ ଏନଏସି ର କରିତକର୍ମା କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଙ୍କ ତତ୍ୱାବଧାନ ରେ ସେହି ସ୍ଥାନ ରେ 12 ଗୋଟି ଭେଣ୍ଡିଙ୍ଗ ଜୋନ,ମହିଳା ମାନଙ୍କ ବ୍ୟବସାୟିକ ସୁବିଧା ପାଇଁ ଏକ ମିଶନ ଶକ୍ତି ଗୃହ, ଏକ ଜିମ ଉପକରଣ ସ୍ଥାନ ଏବଂ ସେସବୁକୁ ସରଳ କାର୍ଯ୍ୟକ୍ଷମ ନିମନ୍ତେ ଏକ ଗାର୍ଡ ୱାଲ ସହିତ ଫେବର ରାସ୍ତା ନିର୍ମାଣ କରାଯାଇ ସେଗୁଡିକ ର ଯଥାସାଧ୍ୟ ପିସି ପାଇ ବିଲ ମଧ୍ୟ ପୈଠ କରିଛନ୍ତି ଏବଂ ସ୍ଥାନୀୟ ବ୍ୟବସାୟିଙ୍କ ବାରଣ ସତ୍ୱେ ଉକ୍ତ ଅନୁପଯୋଗୀ ସ୍ଥାନ ରେ ପ୍ରାୟ 25 ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଏକ ୱାଚ ଟାୱାର ବି ବସାଇଦେଲେ ସେତେବେଳେ ଆମ ପ୍ରତିନିଧି ନିର୍ବାହୀ ଅଧିକାରୀଙ୍କୁ ଏହି ଜାଗା ୱାଚ ଟାୱାର ପାଇଁ ଉପଯୁକ୍ତ ସ୍ଥାନ ନୁହଁ ବୋଲି କହିବା ପରେ ନିର୍ବାହୀ ଅଧିକାରୀ କହିଥିଲେ ମାତ୍ର 8 ଫୁଟ ଜାଗା ତ କିଛି ଅସୁବିଧା ନାହିଁ ବୋଲି, ପରବର୍ତ୍ତୀ ସମୟ ରେ ପୁଣି ଏହାକୁ ସୌନ୍ଦର୍ଯ୍ୟ କରଣ ବାହାନା ରେ ଅଧ୍ୟକ୍ଷ୍ୟ ନିଜ ସମର୍ଥକଙ୍କୁ ଖୁସି କରିବାକୁ ସେଠାରେ ବୃକ୍ଷ ରୋପଣ ସହିତ ବାରିକେଡ଼ କରାଇଦେଲେ ଏବଂ ଦୁଇଟି ଟଇଲେଟ ବି ନିର୍ମାଣ କରିଦେଲେ l କିଛିମାସ ଠିକ ଠାକ ଚାଲିବା ପରେ ହଠାତ ୱାଚ ଟାୱାର ରୁ ଘଣ୍ଟା ଗାୟବ ହୋଇଗଲା ଆଉ ଲାଗିଲା ନାହିଁ,ବହୁ ଗଣମାଧ୍ୟମ ରେ 4 ଗୋଟି ଘଣ୍ଟା 4 ଜଣଙ୍କ ଘରେ (ଅଧ୍ୟକ୍ଷ୍ୟ, ଇଓ, ଯେଇ ଓ ଏମଇ )ଲାଗିଥିବା ନେଇ ଖବର ପ୍ରସାରଣ ହେଲା, ତଥାପି ପ୍ରଶାସନ ନିରବ ରହିଲା, ଘଣ୍ଟା କେଉଁଠି ରହିଲା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ହଠାତ ରାତାରାତି ଟାୱାର ଭାଙ୍ଗି ଦିଆଯାଇଛି l ଭେଣ୍ଡିଙ୍ଗ ଜୋନ ଭଙ୍ଗା ଚାଲିଛି….. ଏହି କାର୍ଯ୍ୟ କାହା ନିର୍ଦ୍ଦେଶ ରେ ହେଉଛି?, ଏଥିପାଇଁ ଦାୟୀ କିଏ? ଏ ହେଉଛି କୋଦଳା ଜନସାଧାରଣ ଙ୍କ ଟିକସ ପଇସା, ଏତେ ଟଙ୍କା ଖର୍ଚ୍ଚ କଲ କାହିଁକି ପୁଣି ଭାଙ୍ଗିଲ କାହିଁକି? ଯଦି ସେହିସ୍ଥାନ ଏହି କାର୍ଯ୍ୟ ପାଇଁ ଉପଯୁକ୍ତ ନଥିଲା ତାହାହେଲେ ସେଠାରେ ଏହି ଉନ୍ନୟନ କାର୍ଯ୍ୟ ଗୁଡିକୁ କାର୍ଯ୍ୟକ୍ଷମ କରୁଥିଲ କାହିଁକି? ଏସବୁ ର ଉତ୍ତର ଚାହୁଁଛନ୍ତି ସାଧାରଣ ଜନତା,ସମସ୍ତ କାର୍ଯ୍ୟ ର ତଦନ୍ତ ତଦନ୍ତ ପାଇଁ ଅଣ୍ଟା ଭିଡୁଛନ୍ତି କୋଦଳା ବାସି ଓ ସାମାଜିକ ଅନୁଷ୍ଠାନ l ଏଠାରେ ଅଧ୍ୟକ୍ଷ୍ୟ, ନିର୍ବାହୀ ଅଧିକାରୀ, ଏକାଉଣ୍ଟଟେଣ୍ଟ ଙ୍କ ମିଳିତ ଉଦ୍ୟମ ରେ ଏହି କାର୍ଯ୍ୟ ସହିତ ବହୁ ଅନିୟମିତତା କାର୍ଯ୍ୟ ହେଉଥିବା ନେଇ ଉପାଧ୍ୟକ୍ଷା ରଞ୍ଜିତା ସେଠୀଙ୍କ ସମେତ ବହୁ କାଉନସିଲର ଅଭିଯୋଗ କରିଛନ୍ତି, ଆଗରୁ ବି ଏମିତି ଅଭିଯୋଗ ଗଣ ମାଧ୍ୟମ ରେ ବହୁଥର ପ୍ରକାଶ ପାଇଛି

