ପୁରୁଷୋତ୍ତମପୁର,୨୦।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଦୀର୍ଘବର୍ଷର ପରମ୍ପରା, ଅତୁଟ ଧାର୍ମିକ ବିଶ୍ୱାସ ଓ ସାଂସ୍କୃତିକ ଐତିହ୍ୟକୁ ନେଇ ପୁରୁଷୋତ୍ତମପୁରର ବହୁ ପୁରାତନ ମେଢ଼ରେ ଆରାଧ୍ୟା ଦେବୀ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ପୁର ଅଞ୍ଚଳର ପୋଷ୍ଟଅଫିସ ସାହିରେ ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସାହି ବାସିନ୍ଦାମାନେ ପୂଜା କରି ଆସୁଛନ୍ତି l ସେହିପରି ଏହି ବ୍ଲକ ଅନ୍ତର୍ଗତ ସମା ଗ୍ରାମର ଗ୍ରାମ୍ୟ ଦେଵୀ ଯୁବ ସଂସଦ ର ଯୁବକମାନଙ୍କ ଆନୁକୂଲ୍ୟରେ ୫୨ବର୍ଷ ହେଲା ଦୁର୍ଗା ପୂଜା ହେଉଛି ବିଗତ ଦିନରେ ଏହି ମେଢ଼ ତାର ସୁବର୍ଣ୍ଣ ଜୟନ୍ତୀ ପଲିଥିଲା l ଏବଂ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ୫୦୦୦୦ ଟଙ୍କା ର ଅର୍ଥରାଶି ପୁରସ୍କାର ପାଇଥିଲା l ଗ୍ରାମର ଏହି ମେଢ଼ ଟିକୁ ଦେଖିବା ପାଈଁ ଶହଶହ ଲୋକ ଦର୍ଶନଃ କରିବା ପାଇଁ ଆସିଥାନ୍ତି l ସେହିପରି କୁମାରୀ ଗ୍ରାମର ଦୁର୍ଗାପୂଜା ବି ପଛରେ ପଡ଼ିନାହିଁ ସେହି ମେଢ଼ ବି ସୁବର୍ଣ୍ଣ ଜୟନ୍ତୀ ପାଳିବା ଅପେକ୍ଷାରେ ରହିଛି l ଏହି ପୁରାତନ ମେଢ଼ରେ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଅଞ୍ଚଳର ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ପରିଚୟ। ପିଢ଼ି ପରେ ପିଢ଼ି ଧରି ପାଳିତ ହୋଇଆସୁଥିବା ଏହି ପୂଜା ଲୋକଙ୍କ ଧାର୍ମିକ ଭାବନା ସହ ଗଭୀର ଭାବେ ଜଡ଼ିତ। ମା’ଙ୍କ ଆଶୀର୍ବାଦ ଲାଭ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ପ୍ରକାଶ ପାଇଛି।ପୁରାତନ ପରମ୍ପରାକୁ ବଜାୟ ରଖି ମା’ଙ୍କ ପୂଜା ପାଳନ କରାଯାଉଥିବାରୁ ଏହି ମେଢ଼ ପୁରୁଷୋତ୍ତମପୁରର ଦୁର୍ଗାପୂଜା ଐତିହ୍ୟରେ ସ୍ୱତନ୍ତ୍ର ମହତ୍ତ୍ୱ ବହନ କରୁଛି।

