ଖଲିକୋଟ,୨୨।୧୦(ବାପୁନି ମାଲୁ):ବୁଧବାର ଦିନ ଗଞ୍ଜାମ ଜିଲ୍ଲପାଳ ଭି କୀର୍ତିଭାସନ ଅଚାନକ ଖଲ୍ଲିକୋଟ ଓ ବେଗୁନିଆପଡା ବ୍ଲକ ର ବିଭିନ୍ନ ପଂଚାୟତ ପରିଦର୍ଶନ କରି ଭି ବି ରାମ ଜି ଓ ବିଭିନ୍ନ ଯୋଜନା ରେ ନିର୍ମାଣଧୀନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ରୁ ଆରମ୍ଭ ହୋଇଥିବା ଲକ୍ଷ୍ୟ ସାଧନ କେନ୍ଦ୍ର ଗୁଡିକ ବିଭିନ୍ନ ପଂଚାୟତ ରେ କଜଳାଯାଇ ପାଠାଗାର ସୁବିଧା ଓ ଅନ ଲାଇନ କୋଚିଂ ଜରିଆରେ ଚାକିରୀ ଆଶାୟୀ ଯୁବକ ଯୁବତୀ ମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଭିତ୍ତିଭୂମି ବୁଲି ଦେଖିଥିଲେ | ଖଲ୍ଲିକୋଟ ବ୍ଲକ ର ତେନ୍ତୁଳିଆ ପଲ୍ଲୀ, ସାବୁଲିଆ ଓ ଡ଼ିମିତିଆ ପଂଚାୟତ ପରିଦର୍ଶନ କରିଥିଲେ | ଜିଲ୍ଲପାଳ ଙ୍କ ସହ ପି ଡ଼ି ସମୀର ଜେନା, ମହିଳା ଆଇ ଏ ଏସ ଉପ ଜିଲ୍ଲପାଳ ସୁଭାଶିଷ ବରାଳ, ବ୍ଲକଉପାଧ୍ୟାଖ୍ୟା ଭାରତୀ ମହାରଣା, ବିଜେପି ରାଜ୍ୟ ଓ ବି ସି ମୋର୍ଚା ଉପାଧ୍ୟାକ୍ଷ କାଳୁ ରାମ ମହାରଣା ଓ ବି ଡ଼ି ଓ ଦେବାଶିଷ ସାମଲ ତହସିଲଦାର କେ ମାଲେଶ୍ୱର ପାତ୍ର ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

