ଫୁଲବାଣୀ,୨୨।୧୦(ସୁନୀଲ ପଟ୍ଟନାୟକ):ପବିତ୍ର ଦୁର୍ଗା ପୂଜା ଅବସରରେ ଶହ ଶହ ଲୋକଙ୍କୁ ଅନ୍ନ ବସ୍ତ୍ର ପ୍ରଦାନ କରି ସେବା ଓ ମାନବିକତା ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳ ର ଜଣାଶୁଣା ଠିକାଦାର ତଥା ସମାଜ ସେବୀ ପ୍ରଦୀପ ନାୟକ ଓରଫ ଚିଣ୍ଟୁ ବାବୁ l ଦୁର୍ଗା ପୂଜା ର ଖୁସି ଓ ଆନନ୍ଦକୂ ସମସ୍ତ ଙ୍କ ମଧ୍ୟରେ ବାଣ୍ଟିବା ଉଦ୍ଦେଶ୍ୟ ରେ ପ୍ରଦୀପ ଏଭଳି ଅୟୋଜନ କରି ଅଞ୍ଚଳ ରେ ବେଶ୍ ପ୍ରଶଂସା ସାଉଁଟି ଛନ୍ତି l ଗତ ଦୁଇ ବର୍ଷ ହେଲା ସେ ନିଜ ହାଟ ପଦା ସାହି ବାସ ଭବନ ରେ ଏଭଳି ଅୟୋଜନ କରି ଆସୁଛନ୍ତି l ବିଭିନ୍ନ ପର୍ବ ପର୍ବାଣୀ ବା ଗଣ ପର୍ବ ନିଜ ପରିବାର ମଧ୍ୟରେ ସୀମିତ ନ ରଖି ସମସ୍ତ ଙ୍କ ସହ ହସ ଖୁସି ମନାଇ ପାଳିଲେ ତାହା ପ୍ରକୃତ ମାନବିକତା ର ପରିଚୟ ବୋଲି ପ୍ରଦୀପ ନାୟକ କୁହନ୍ତି l ପ୍ରଦୀପ ଙ୍କ ସେବା ଓ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିଛି କହିଲେ ଭୁଲ ହେବନି l

