ଫୁଲବାଣୀ,୨୨।୧୦(ସୁନୀଲ ପଟ୍ଟନାୟକ):ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ଫଳାଫଳ ପାଇଁ ଏବେ ଫୁଲବାଣୀ ସହର ର ଶିଳ୍ପାଞ୍ଚଳ ପରିସର ରେ ଥିବା କେ ବି ହୀଷ୍ଟ୍ କଲେଜ ଛାତ୍ର ଛାତ୍ରୀ ଙ୍କ ପ୍ରଥମ ପସନ୍ଦ ପାଲଟିଛି l ଫଳରେ ଏହି ମହାବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ଛାତ୍ର ଛାତ୍ରୀ ଙ୍କ ପ୍ରବଳ ଭିଡ ହେଉଛି l ଏଠାରେ ଯୁକ୍ତ ଦୁଇ , ଠୁ ଆରଂଭ କରି ବିଭିନ୍ନ ବିଷୟ ରେ ପି ଜି ଯାଏ ପାଠ ପଢା ହେଉଛି l କଲେଜ ର ଅଧ୍ୟକ୍ଷ ତଥା ସମ୍ପାଦକ ସମାଜସେବା ଅନୀଲ କୁମାର ଚୌଧୁରୀ ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ଯୋଗୁଁ କଲେଜ ବେଶ ସୁନାମ ଅର୍ଜନ କରିଛି l ଏହି କଲେଜ କେବଳ ପାଠ ପଢ଼ାଏ ନାହିଁ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢେ ବୋଲି ଅଧ୍ୟକ୍ଷ ତଥା ସମ୍ପାଦକ ଅନୀଲ ଚୌଧୁରୀ ମତ ଦିଅନ୍ତି l ଏଠି କେବଳ ବହିରୁ ପଢାଯାଏ ନାହିଁ ଏଠାକାର ଅଧ୍ୟାପକ ମାନେ ପ୍ରତ୍ୟେକ ବିଷୟ କୁ ଉଦାହରଣ ଦେଇ, ପ୍ରା କ୍ତି କାଲ, କରି, ପ୍ରୋଜେକ୍ଟ ମାଧ୍ୟମ ରେ ବୁଝାନ୍ତି l ଦୁର୍ବଳ ପିଲା ପାଈଁ ସ୍ଵତନ୍ତ୍ର କ୍ଲାସ୍, ମେଧାବୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଅଧିକ ମାର୍ଗ ଦର୍ଶନ ଦିଆଯାଇଥାଏ l ଭଲ ରେଜଲ୍ଟ ପାଈଁ ନିୟମିତ କ୍ଲାସ, ଠିକ୍ ସମୟରେ ସିଲାବସ ଶେଷ, ପ୍ରତି ସପ୍ତାହ ରେ ଟେଷ୍ଟ, ଆଉ ପ୍ରତି ମାସରେ ଅବିଭାବକ ଙ୍କ ସହ ଆଲୋଚନା କରାଯାଇଥାଏ l ଗତ ବର୍ଷ ଭଲ ରେଜଲ୍ଟ ହୋଇଥଲା ଚଳିତ ବର୍ଷ ଆହୁରି ଭଲ ରେଜଲ୍ଟ ପାଈଁ ଅଧ୍ୟାପକ ମାନେ ଉଦ୍ୟମ ଜାରି ରଖିଛନ୍ତି ବୋଲି ଅଧ୍ୟକ୍ଷ ଚୌଧୁରୀ କହିଛନ୍ତି l

