ଖଜୁରୀପଡ଼ା,୨୬।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତୀମେଣ୍ଡି ଗ୍ରାମ ପଞ୍ଚାୟତର ମଲିକ ସାହିଠାରେ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି ସନ୍ଧ୍ୟାରେ ଯୋଗଦେଇଥିଲେ ମାନ୍ୟବର ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଉମା ଚରଣ ମଲିକ। ବିଧାୟକଙ୍କ ଏହି ଗସ୍ତକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ମଲିକଙ୍କ ସହ ଖଜୁରୀପଡ଼ା ବ୍ଲକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲଙ୍କ ସମେତ ଦଶରଥ ଭାଇ, ଗୋଲକ ଭାଇ, ସମୀର ଭାଇ, ବିକ୍ରମ ଭାଇ, ଦେବରାଜ ଭାଇ ଓ ଆସ୍ତିକ ଭାଇ ଉପସ୍ଥିତ ଥିଲେ। ମଲିକ ସାହି ଗ୍ରାମ କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀମାନେ ବିଧାୟକଙ୍କୁ ଆତ୍ମୀୟତାର ସହ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଦୁର୍ଗାପୂଜାର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଭରିଦେଇଥିଲା। ଏହି ଅବସରରେ ଗ୍ରାମର ବିକାଶ ସମ୍ପର୍କିତ ବିଷୟ ମଧ୍ୟ ଗୁରୁତ୍ୱ ପାଇଥିଲା।”ମଲିକ ସାହିର ବିକାଶ ପାଇଁ ଦୁଇଟି ପ୍ରକଳ୍ପକୁ ଅନୁମୋଦନ”ମଲିକ ସାହିର ବିକାଶ ପାଇଁ ବିଧାୟକ ଶ୍ରୀ ଉମା ଚରଣ ମଲିକ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ବିଶେଷ ଖୁସି ପ୍ରକାଶ ପାଇଥିଲା। ଗ୍ରାମର ଉନ୍ନତି ପାଇଁ ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ଆଗାମୀ ଦିନରେ ଗ୍ରାମର ବିକାଶ ଧାରା ଆହୁରି ଆଗକୁ ବଢ଼ିବ ବୋଲି ଆଶା ପ୍ରକାଶ କରିଥିଲେ। ଜନପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ଏଭଳି ମିଳାମିଶା ଗ୍ରାମାଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହ ଜନସମ୍ପର୍କକୁ ମଜବୁତ କରିବାରେ ସହାୟକ ହୋଇଥାଏ। ଦୁର୍ଗାପୂଜାର ଏହି ଉତ୍ସବମୁଖର ପରିବେଶରେ ବିଧାୟକଙ୍କ ଉପସ୍ଥିତି ଓ ଦୁଇଟି ପ୍ରକଳ୍ପର ଅନୁମୋଦନ ମଲିକ ସାହିବାସୀଙ୍କ ପାଇଁ ଖୁସିର ବିଷୟ ପାଲଟିଥିଲା।

