ଫୁଲବାଣୀ,୨୬।୧୦(ସୁନୀଲ ପଟନାୟକ):ସରକାର ଲୋକଙ୍କୁ ମାଗଣା ରେ ଉନ୍ନତସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା କହୁଛନ୍ତି l ହେଲେ କନ୍ଧମାଳ ର ସଦର ମହକୁମା ଫୁଲବାଣୀ ରେ ଦୁଇ ବର୍ଷ ହେଲା ମେଡିକାଲ୍ କଲେଜ ଖୋଲିଛନ୍ତି ସରକାର l ଶତାଧିକ ଡାକ୍ତର ପ୍ରଫେସର ଙ୍କୁ ନିଯୁକ୍ତି ମିଳିଛି l ହେଲେ ନା ସ୍ଵାସ୍ଥ୍ୟ ସେବାରେ ଉନ୍ନତୀ ଘଟିଛି ନା ରୋଗୀ ଙ୍କୁ ଭଲ ଔଷଧ ମିଳୁଛି l ଏପରିକି ନବ ଜନ୍ମିତ ଶିଶୁ ଙ୍କୁ ବି ସି ଜି ଟୀକା ମିଳୁନି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ଟୀକା ଅଛି କି ନାହି ସି ଡି ଏମ୍ ଓ ଙ୍କୁ ଜଣା ନାହି l ସି ଡି ଏମ୍ ଓ ଏଠାରେ ରହୁନାହାନ୍ତି l ମାସକୁ ୩/୪ଦିନ ରହିଲେ ବଡ କଥା l ସେହିପରି ଆଲଟ୍ରା ସାଉଣ୍ଡ କି ସିଟି ସ୍କାନ ନିୟମିତ କରଜାଉନି l ରୋଗୀ ଅପେକ୍ଷା କରି ଫେରୁଛନ୍ତି l ମେଡିକାଲ୍ କଲେଜ ଡାକ୍ତର କଣ କାମ କରୁଛନ୍ତି , ରହୁଛନ୍ତି ନା ନାହିଁ କିଏ ମନିଟ ର୍ କରିବାକୁ ନାହିଁ l ସରକାର ବି ମ ନି ଟ ରିଙ୍ଗ କମିଟି କରି ତଦାରଖ ପାଇଁ ପଠାଉନlହlନ୍ତି ଫଳରେ ଡାକ୍ତର ମାନେ ମନ୍ ଇଚ୍ଛା ଘରକୁ ଯିବା ଆସିବା କରୁଥିବା ଦେଖାଯାଉଛି l ଏ ନେଇ ବିଜେଡ଼ିସଧାରଣ ସମ୍ପାଦକ ଓ ଆଇନଜୀବି ସତ୍ୟ ନାରାୟଣ ବେହେରା ଟୀକା ସମସ୍ୟା ର ସମାଧାନ ଓ ଟୀକା ମହଜୁଦ ରଖିବା ପାଇଁ ଜିଲ୍ଲାପାଳ , ନିର୍ଦେଶକ ସ୍ଵାସ୍ଥ୍ୟ ବିଭାଗ,ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ କରିଛନ୍ତି l ଜିଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବି ଜେଡି ସଧାରଣ ସମ୍ପାଦକ ଓ ଆଇନଜୀବି ଶ୍ରୀ ବେହେରା ଦାବୀ କରିଛନ୍ତି l

