ଖଜୁରୀପଡ଼ା,୨୬।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବଜାରଠାରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ସହ ଲୋକଙ୍କ ମଧ୍ୟରେ ସେବା, ସହଯୋଗ ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।ପୂଜା କମିଟିର ସଭାପତି ସୁବୁଦ୍ଧି ଗଣ୍ଡା ଏବଂ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ କମିଟିର ସଦସ୍ୟ ଓ ସଦସ୍ୟାମାନେ ଏହି ମହତ୍ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ସମସ୍ତେ ମିଳିମିଶି ଅନ୍ନପ୍ରସାଦ ବଣ୍ଟନ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ଅବସରରେ କମିଟିର ସଦସ୍ୟ ପ୍ରଫୁଲ୍ଲ ମିଶ୍ର, ରବି ଶତପଥୀ, ରବିନାରାୟଣ ମିଶ୍ର, କିସାନ୍, ସୁଜ୍ଞାନୀ ବେହେରା, ଅରବିନ୍ଦ ପାତ୍ର, ଅଗାଧୁ ନାୟକ, ପ୍ରତାପ, କେଶବ ଦାସ, ସୌମ୍ୟରଞ୍ଜନ ସାହୁ, ରାଜେନ୍ଦ୍ର, ରାଜୁ ଦାସ, ଆରାଧ୍ୟା ଦାସ ଓ କରନ୍ ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଅନ୍ନପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ।ଧାର୍ମିକ ଆସ୍ଥା ସହ ସାମାଜିକ ସେବାର ଏହି ଉଦ୍ୟମ ମାଧ୍ୟମରେ ପୂଜା କମିଟିର ସଦସ୍ୟମାନେ ଏକତା, ସହଯୋଗ ଓ ମାନବିକତାର ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି। ଏଭଳି ସେବାମୂଳକ କାର୍ଯ୍ୟ ସମାଜରେ ଭାଇଚାରା ଓ ପାରସ୍ପରିକ ସଦ୍ଭାବନା ବୃଦ୍ଧି କରିବାରେ ସହାୟକ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

