ପୁରୁଷୋତ୍ତମପୁର,୨୮।୧୦(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବ୍ଳକ ବାଣ ନଈ ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟି ଯାଇଛି |ଜଣେ 75 ବର୍ଷର ବୃଦ୍ଧ ଘରେ ଶୌଚାଳୟ ନଥିବାରୁ ବାହାରକୁ ଶୌଚ ହେବାସହ ନିକଟ କାଳୀ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀ ପାବଛ ରେ ଗୋଡ଼ ଖସି ଯିବାରୁ ପାଣି ଭିତରେ ପଡ଼ି ଯାଇ ଥିଲେ ଓ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ | ଏପରି ବାତ୍ୟା ଅର୍ଣ୍ଣବ ଭିତରେ ଘଟିଛି ଏପରି ଅଘଟଣ | ବାଣ ନଈ ଗ୍ରାମର କୃଷ୍ଣ ଗୌଡ଼, ବୟସ 75, ପିତା ସ୍ବର୍ଗତ ଅଗାଧୁ ଗୌଡ଼ ସକାଳୁ ସାନ୍ନ ଶୌଚ ପାଇଁ ସ୍ଥାନୀୟ ପୋଖରୀକୁ ଯାଇ ପ୍ରାଣ ହରାଇ ଥିଲେ | ତେବେ ପ୍ରବଳ ବର୍ଷା ଯୋଗୁଁ ପୋଖରୀ ରେ କିଏ ନଥିଲେ | ବହୁ ସମୟ ପର୍ଯ୍ୟନ୍ତ ଘରକୁ କୃଷ୍ଣ ନ ଫେରିବାରୁ ଘର ଲୋକ ଆସି ଦେଖିଲା ବେଳକୁ କୃଷ୍ଣ ପାଣିରେ ଭାସୁଥିଲେ |ତେବେ ସଙ୍ଗେ ସଙ୍ଗେ କିଛି ଲୋକ ତାଙ୍କୁ ଉଦ୍ଧାର କରି ଘରକୁ ନେବା ସହ ପୋଲିସ କୁ ଖବର ଦେଇଥିଲେ ଏବଂ ପୋଲିସ ପହଞ୍ଚି ତଦନ୍ତ କରୁଛି |ଏବଂ ପୋଲିସ ଏକ ଅପମୃତ୍ୟୁ କେଶ ରୁଜୁ କରିଛି |

