ପୁରୁଷୋତ୍ତମପୁର,୨୮।୧୦(ସୁଭଙ୍କରୀ ଦାସ):ପୁରୁଷୋତ୍ତମପୁର ଏନଏସିର ସ୍ଲମ ଅଞ୍ଚଳ ର 50 ଗୋଟି କଚା ଘର ଥିବା ପରିବାର କୁ କନକା ସ୍କୁଲ ରେ ବାତ୍ୟା ଅର୍ଣ୍ଣବସରିବା ପର୍ଯ୍ୟନ୍ତ ଆଶ୍ରୟ ଦେଇଥିଲେ ଏନଏସି ଅଧକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ | ସେମାନଙ୍କୁ ସ୍କୁଲ ରେ ସବୁ ପ୍ରକାର ବ୍ୟବସ୍ତା କରିଥିବାର କହିଛନ୍ତି ଆଶ୍ରୟ ବ୍ୟକ୍ତି ମାନେ | ଏନଏସି ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ତା କରା ଯିବା ସହ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଦେବାର ପ୍ରଶାସନ ଦ୍ୱାରା କରାଯାଇଛି |କୌଣସି ଲୋକ ବର୍ଷା ଓ ବାତ୍ୟା ସମୟରେ ଜିରୋ କାଜୁଆଲିଟି ରେ ଯେପରି ଉପକୃତ ହେବେ ସେଥିପାଇଁ ଏନଏସି କର୍ତ୍ତୃପକ୍ଷ ବ୍ୟବସ୍ତା କରିଥିବାର କହିଛନ୍ତି ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଓ କାର୍ଯ୍ୟ ନିର୍ବାହୀ | ଅଧିକାରୀ ଅଜିତ କୁମାର ପଟନାୟକ | ଏମାନଙ୍କ ସହ ସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ ନାୟକ ମଧ୍ୟ ସବୁ ପ୍ରକାର ସହଯୋଗ କରିଥିଲେ |ଏହା ସହହିମାଂଶୁ ଚରଣ ସ୍ୱାଇଁ ସିନିଅର ଆସିଷ୍ଟାଣ୍ଡ ଯେଇ,ସାର ଙ୍କ ସହ ସତୀଶ କୁମାର ପାଣିଗ୍ରାହୀ, ସିଓ ମେଡମ ରଞ୍ଜିତା ପଣ୍ଡା, ଜୁନିଅର ପରାମର୍ଶ ଦାତା ଦେବସ୍ମିତା ସାମନ୍ତ, ଶ୍ରଦ୍ଧାଞ୍ଜଳୀ ନାୟକ, ଡ଼ି ଏମ ଏମ ୟୁ,ଅସିତ କୁମାର କୁମାର ପାତ୍ର, ବଲଭଦ୍ର ନାୟକ ଏ ଟି ସି , ଜୁନିଏର ଇଞ୍ଜିନିଏର ପରାମର୍ଶ ଦାତା ରାଜେଶ କୁମାର ବେହେରା,ସହାୟକ ସୁରେନ୍ଦ୍ର କୁମାର ମହାରଣା, ପ୍ରମୁଖ ସହଯୋଗ କରିଥିଲେ |

