ଚିକିଟି,୩୦।୧୦(ନିଗମାନନ୍ଦ ପଣ୍ଡା):ଅର୍ଣ୍ଣବ ବାତ୍ୟା ପ୍ରଭାବ ରେ ଚିକିଟି ବ୍ଲକ ରେ ଅବିଶ୍ରାନ୍ତ ଭାବେ ୫୦ ଘଣ୍ଟା ବର୍ଷା ସାଙ୍ଗକୁ ୫ ଘଣ୍ଟା ପ୍ରଚଣ୍ଡ ପବନ ପ୍ରଭାବ ରେ ଚିକିଟି ବ୍ଲକ ର ଚାରିଆଡେ ଜଳାର୍ଣ୍ଣବ ହୋଇଛି I ବଡ଼ ବଡ଼ ଗଛ ଉପୁଡି ବିଦ୍ୟୁତ ତାର ଛିଣ୍ଡିଛି l ଫଳ ରେ ଯୋଗାଯୋଗ ବ୍ୟାହତ ସାଙ୍ଗକୁ ୩୦ ଘଣ୍ଟା ଧରି ଚିକିଟି ବ୍ଲକ ରେ ବିଦ୍ୟୁତ ସରବରlହ ବନ୍ଦ ରହିଛି l ପାନୀୟ ଜଳ ଯୋଗାଣ ବନ୍ଦ ରହିବା ସହ ମୋବାଇଲ ନେଟୱର୍କ କାମ କରୁନାହିଁ l ଯାହାଫଳ ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଶହ ଶହ ହେକ୍ଟର ଧାନ ଫସଲ ପାଣି ରେ ବୁଡି ରହିଛି l ଚିକିଟି ପେଣ୍ଠ ପଦ୍ମ ନଗର ରେ ଗୁହାଳ କାନ୍ଥ ଭୁଶୁଡିବା ଫଳ ରେ ଗୋଟେ ଗାଇ ର ମୃତ୍ୟୁ ହୋଇଛି l କଳବlଡ ପଂଚାୟତ ର ମଇସାନପୁର, ଚିଲାଡୀ, ପାଣ୍ଡିରୀ, ପାର୍ସମା, ଖରଖରିଆ ଗ୍ରାମ ଜଳବନ୍ଦୀ ରେ ରହିଛି l ବାହୁଦା ନଦୀ ବନ୍ୟା ଜଳ ପଶିବା ଫଳ ରେ ମାଇସାନପୁର ର ତିନି ପରିବାର ଏବଂ ପାଣ୍ଡିରୀ ର ଗୋଟେ ପରିବାର ରାତି ସାରା ଆତଙ୍କିତ ଅବସ୍ଥାରେ ରାତି ବିତାଇଇଛନ୍ତି l ରାମଚନ୍ଦ୍ର ପୁର ପଂଚାୟତ ଝଗଡା ଗ୍ରାମ ଦଳିତ ସାହି ରେ ନାଳ ପାଣି ପଶିବା ରୁ ଦୁଇ ପରିବାର ଗ୍ରାମର ସ୍କୁଲ ଘର କୁ ସ୍ଥାନାନ୍ତର ହୋଇଥିବା ବେଳେ ଗ୍ରାମର ଭଗବତୀ ବେହେରା ଙ୍କ ଘର ର ମାଟି କାନ୍ଥ ପଡିଯାଇଛି l କେ. ନୂଆଗାଁ ରତ୍ନେଶ୍ୱରୀ ମନ୍ଦିର ନୂଆପଡା ରାସ୍ତା ତେଣ୍ଟୁଆ ପଡ଼ା ଠାରେ ବାହୁଦା ଏବଂ କଣ୍ଟେଇଯୋଡି ନଦୀ ପାଣି ଫୁଲି ରାସ୍ତା ଦେଖାଯାଉନାହିଁ l ବାତରଡ଼ା କେନାଲ ପାଣି ବେଲପନ୍ଥୀ ଗ୍ରାମରେ ପଶିଚି l ଚିକିଟି ବିଜ୍ଞାପିତ ଅଂଚଳ ପରିଷଦ ର ଚିକିଟି ପେଣ୍ଠ ସାନ ବଜାର ନାଳ ପାଣି ଜାମ ହେବାରୁ ମୁଖ୍ୟ ରାସ୍ତାରେ ରହିଥିବା ଅନେକ ଦୋକାନ ଗୃହ ରେ ପାଣି ପଶି ଦୋକାନ ଜିନିଷ ନଷ୍ଟ ହୋଇଛି l ବିଦ୍ୟୁତ ସରବରlହ ବନ୍ଦ ଯୋଗୁଁ ୨୪ ଘଣ୍ଟା ଧରି ଚିକିଟି ଏନ ଏ ସି ରେ ଜଳ ଯୋଗାଣ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି l ବର୍ତମାନ ବି ବର୍ଷା ଲାଗି ରହିଥିବାରୁ ବାହୁଦା ନଦୀ ଫୁଲି ଗାଁ ମୁହାଁ ହେବା ଯୋଗୁଁ ନଇ କୁଳିଆ ଗ୍ରାମ ଗୁଡିକ ଆତଙ୍କିତ ଅବସ୍ଥା ରେ ଅଛନ୍ତି l ଚିକିଟି ବ୍ଲକ ୧୫ ଗୋଟି ବାତ୍ୟା ଆଶ୍ରୟ ସ୍ଥଳ କୁ ସ୍ତ୍ରୀ, ପୁରୁଷ ଙ୍କୁ ସ୍ଥାନାନ୍ତର କରାଯାଇଛି l ଚିକିଟି ଗଡ ଚନ୍ଦ୍ରଶେଖର ମନ୍ଦିର ଦକ୍ଷିଣ ଦିଗରେ କାନ୍ଥ ପଡ଼ି ଯାଇଛି l ଚିକିଟି ପ୍ରେସ କ୍ଲବ ତରଫରୁ ଏକ ଟିମ ନୂଆପଡ଼ା ସମେତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନକରି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି l ବାହୁଦା କେନାଲ ଭାଙ୍ଗି ଯିବା ଏବଂ ରାମଚନ୍ଦ୍ର ପୁର ଭଳି କିଛି ଜାଗା ରେ କେନାଲ ପାଣି ସ୍ଥିର ହୋଇଛି,ପ୍ରବାହିତ ହେଉନି lଅନ୍ୟପଟେ ପାତ୍ରପୁର ବ୍ଲକ ସ୍ଥିତି ବେହାଲ ହୋଇପଡିଛି l ତୁରୁବୁଡି ପଂଚାୟତ ରେ ଦୁଇ ଦିନ ହେଲା ବିଦ୍ୟୁତ ନାହିଁ ଏବଂ ବସ ଚଳାଚଳ ଠପ ହୋଇପଡିଛି l ଆଂକୁଲି, ବୁରାତଲ, ତୁମ୍ବା, ଖରିଆଗୁଡା, ଭଳି ଆଦିବାସୀ ପଂଚାୟତ ଇଲାକା ରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି l ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ଜଳଘେରରେ ଥିବା ପାତ୍ରପୁର ବ୍ଲକର ଭୀମପୁର ଇଟାଭାଟିରୁ ୧୪ ଶ୍ରମିକ ଉଦ୍ଧାର କରାଯାଇଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ବଲାଂଗୀର ପାଟଣାଗଡ଼ର ୧୨ ଜଣ ଓ ପାତ୍ରପୁର ବ୍ଲକ ଭୀମପୁରର ୨ ଜଣ । ଆଜି ଗତରାତି ୨ ଘଣ୍ଟା ସମୟ ରେ ଉଭୟ ଚିକିଟି ଓ ପାତ୍ରପୁର ଅଗ୍ନିଶମ ବାହିନୀ ଦ୍ୱାରା ଅପରେସନ ଆରମ୍ଭ କରିଥିଲେ l ଆଜି ସକାଳ ୬. ୨୦ ମିନିୟ ସମୟ ରେ ଉଦ୍ଧାର କାର୍ଯ୍ୟ ସରିଥିଲା । ଚିକିଟି ବିଧାୟକ ଓ ପାତ୍ରପୁର ବିଡ଼ିଓ ରାତି ସାରା କେ.ନୂଆଗାଁ ପଂଚାୟତ ର ଏ.ସରଧାପୁର,ବି. ସରଧାପୁର,ସି. ସରଧାପୁର ଗ୍ରାମ ଏବଂ ଜୟନ୍ତୀପୁର ପଞ୍ଚାୟତର ଚିଡ଼ିପୁଡି, ବୋରିବାଡ଼ ଜଳବନ୍ଦୀ ରହିଛି l ସବରଦେଇପେଟା ଗାଁ ରେ ପାଣି ବାହୁଦା ବନ୍ୟା ପାଣି ପଶିଯାଇଛି l ସୁରଳ ପଞ୍ଚାୟତ ଓ ସୁନାପୁର ରେ ମଧ୍ୟ ଚତୁଃର୍ଦିଗ ରେ ପାଣି ଘେରି ରହିଛି।ଲଗାଣ ବର୍ଷା କୁ ଦୃଷ୍ଟି ରେ ରଖି ଗଞ୍ଜାମ ଚିକିଟି ପାତ୍ରପୁର ରୁ ଭାୟା ତପ୍ତପାଣି ରୁ ଗଜପତି ଜ଼ିଲ୍ଲା ରାସ୍ତା କୁ ପ୍ରଶାସନ ସିଲ କରିଛି

