ପୋଲସରା,୫/୪:(ଶିବ ପ୍ରସାଦ ସାହୁ):ପୋଲସରା ଥାନା ବଡ଼ ପଙ୍କବାଡି ଗ୍ରାମର ଜଣେ ଯୁବକ କୁ ଅପହରଣ କରି ମାଡ଼ ମାରିବା ଘଟଣାରେ ପୋଲସରା ପୁଲିସ ଅଭିଯୋଗ କାରିଙ୍କ ଅଭିଯୋଗ ପ୍ରକାରେ କେଶ ନମ୍ବର ୧୭୩/୨୬ ଅନୁଯାୟୀ ୪ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅପହରଣ ହୋଇଥିବା ଯୁବକ ଜଣକ ହେଲେ ବଡ଼ ପଂକଳବାଡି ଗ୍ରାମର ଶଙ୍କର ମହାପାତ୍ର।ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ବଡ ପଂକଳବାଡି ମଙ୍ଗଳ ପୁର ଗ୍ରାମର ଜଗନ୍ନାଥ ଗୌଡ଼ (୨୭), କୋଦଳା ଥାନା ଜେ ରାମପଲ୍ଲୀ ଗ୍ରାମର ସଞ୍ଜୟ ପାଲଟା(୨୬), ପୁରୁଷୋତ୍ତମ ପୁର ଥାନା ବାହାଲପଲ୍ଲୀ ଗ୍ରାମର ଆଶିଷ କୁମାର ରାଉତ (୩୨), ଛତିଶଗଡ଼ ଯାଞ୍ଜଗିରି ଚମ୍ପା ଜିଲ୍ଲା ସିଲଖାନ ଗ୍ରାମର ଭୁବନ ଭରଦ୍ୱାଜ (୨୫)ପ୍ରମୁଖ ୪ ଅଭିଯୁକ୍ତ ମାନଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ଏଥି ସହିତ ସେମାନଙ୍କ ନିକଟରୁ ଗୋଟିଏ କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ସୂଚନା ଯୋଗ୍ୟ ଜେ ପୋଲସରା ଥାନାଧିକାରୀ କୌଶିକ ମାଝୀ କହିବାନୁସାରେ ବଡ ପଂକଳବାଡି ଗ୍ରାମର ଶଙ୍କର ମହାପାତ୍ର ଗ୍ରାମରେ ଥିବା ଏକ ଫାଷ୍ଟ ଫୁଡ ଦୋକାନ ରେ ଠିଆ ହୋଇଥିବା ସମୟରେ ପ୍ରମୁଖ ୪ jan ଯୁବକ କୌଣସି କଥାକୁ ନେଇ ଜୋରଜବରଦସ୍ତ ଟେକିନେଇ ଉଠାଇ ନେଇଥିଲେ। ପ୍ରମୁଖ ଘଟଣା କୁନେଇ ପରିବାର ପକ୍ଷରୁ ପ୍ରଥମେ ୧୧୨କୁ କଲ କରିଥିଲେ। ତାପରେ ପୋଲସରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ କାରିଙ୍କ ତଥ୍ୟ ଅନୁଯାୟୀ ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

