ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ): ଭଞ୍ଜନଗର ଜଳସେଚନ ବିଭାଗ ଦ୍ବାରା ପରିଚାଳିତ ରାଜ୍ୟର ଏକ ମାତ୍ର ସରକାରୀ ୱାଟରପାର୍କ ପୁଣି ଗୁରୁବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସଂଲଗ୍ନରେ ନିର୍ମିତ ଏହି ପାର୍କ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତି ସୋମବାର ଏହା ବନ୍ଦ ରହିବ । ଦୈନିକ ୨୦୦ରୁ ୩୦୦ ଲୋକଙ୍କୁ ଜଳକ୍ରୀଡ଼ା ନିମନ୍ତେ ଛଡ଼ାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରତି ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ମୁଣ୍ଡପିଛା ୨୦୦ ଟଙ୍କା ରଖାଯାଇଛି। ଜଣେ ୫ ଘଣ୍ଟା ପାର୍କ ଭିତରେ ମଜା ଉଠାଇପାରିବେ । ଏହାପରେ ପର୍ଯ୍ୟଟକମାନେ ଚାହିଁଲେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ବୁଲିପାରିବେ। ପୁଣି ୱାଟରପାର୍କ ଖୋଲିବା ବେଳେ ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ.ସଞ୍ଜୟ କୁମାର ପ୍ରଧାନ, ନିର୍ବାହୀଯନ୍ତ୍ରୀ ଇଂ.ସନ୍ତୋଷ କୁମାର ପାତ୍ର ଓ ସହକାରୀଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

