ବୋଲଗଡ଼,୨୦/୪(ସୁଶାନ୍ତ କୁମାର ପ୍ରଧାନ): ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହାନ ନିଦର୍ଶନ କୃଷିଭିତ୍ତିକ ଗଣପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୋଲଗଡ଼ ଅଞ୍ଚଳ ରେ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଇଛି । ଚାଷୀ ଭାଇଙ୍କ ପାଇଁ ଏକ ବଡ଼ ଦିନ ।ଚାଷୀ ପୁଅ ଆଜିର ଦିନରେ ଚାଷ ଅନୁକୂଳ କରିଥାଏ । ଆଜିର ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଇଥାଏ । ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅଖି ମୁଠି ଅନୁକୂଳ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ଏଣୁ ଆଜିର ଦିନରେ ଅଖିମୁଠି ଅନୁକୂଳ କରି ଚାଷ କାର୍ୟ୍ୟର ଶୁଭାରମ୍ଭ କରାଯାଇଛି। ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବଟି ସୁଖ,ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ । ବିଶେଷ କରିଓଡିଶା କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟ ଶୁଭାରମ୍ଭ କରାଯାଇଥାଏ । ଅଖିମୁଠି ଅନୁକୂଳ ଭାବେ ପରିଚିତ ଏହି ଦିନରେ ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଛନ୍ତି । ଭଲ ଫସଲ ହେବାପାଇଁ ଧରିତ୍ରୀ ମାତା ର ଆର୍ଶୀବାଦ ଭିକ୍ଷା କରିଛନ୍ତି । ଏହି ଦିନର ମହତ୍ୱ ହେଲା, ମନୁଷ୍ୟ ସମାଜରେ ସୁଖ,ସମୃଦ୍ଧିର ଆରମ୍ଭ ହେଉ କିନ୍ତୁ ତାହା ଅକ୍ଷୟ ରହୁ ।

