ବ୍ରହ୍ମପୁର,୨୧/୪:(ହିମାଂଶୁ ଶେଖର ସାବତ):ଦେଶର ପୁଞ୍ଜିପତି କମ୍ପାନୀ ମ୍ୟାନେଜମେଣ୍ଟ ଓ ସରକାର ଙ୍କ ଦ୍ୱାରା ଶ୍ରମ ଆଇନ ଲାଗୁ କରିବାର କଟକଣା ମିଳିତ ଚକ୍ରାନ୍ତ ଦ୍ୱାରା ଆଜି ଦେଶ ସାରା ଶ୍ରମିକ ଶ୍ରେଣୀ ରାସ୍ତାକୁ ଆସି ଆନ୍ଦୋଳନ କରିବା ପରିପ୍ରେକ୍ଷୀ ରେ ସର୍ବ ଭାରତୀୟ ଶ୍ରମିକ ସଂଗଠନ ଇଫଟୁ ର ଜାତୀୟ କମିଟି ତରଫରୁ ସର୍ବ ଭାରତୀୟ ଡାକରା ରେ ଇଫଟୁ ଓଡିଶା ରାଜ୍ୟ କମିଟି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କ୍ରମରେ ଏମକେସିଜି ମେଡିକାଲ କଲେଜ କ୍ୟାମ୍ପସ ପାଖରେ କର୍ମଚାରୀ ମାନଙ୍କ ମିଳିତ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କର୍ମଚାରୀ ଙ୍କ ଛଟେଇ,ସର୍ବନିମ୍ନ ମଜୁରୀ ଘୋଷଣା ଅଟକି ରହିଛି, ପୂର୍ବରୁ ଘୋଷିତ ସର୍ବନିମ୍ନ ଦରମା ଲାଗୁ ହେଉନାହିଁ, ସମୟ ଅନୁସାରେ ରେ ଦରମା ଦିଆଯାଉନାହିଁ , ପେ ସ୍ଲିପ, , କାର୍ଯ୍ୟସ୍ଥଳର ସୁରକ୍ଷା, ଶୌଚାଳୟ ବ୍ୟବସ୍ଥା ଇତ୍ୟାଦି ମୌଳିକ ସମସ୍ୟା ଗୁଡିକୁ ସମାଧାନ ହେଉନାହିଁ I ଶ୍ରମ ଅଧିକାର ର ପୂରାପୂରି ଉଲ୍ଲଂଘନ ଦେଶବ୍ୟାପୀ ଜାରୀ ରହିଥିବା ବେଳେ ବର୍ତ୍ତମାନ ଶ୍ରମ ସଂହିତା ଲାଗୁ ହେବା ପରଠୁ ଖୋଲାଖୋଲି ଭାବେ ଉଲଂଘନ ବୃଦ୍ଧି ପାଇଛି । ଏହା ସହ ଅତ୍ୟାବଶ୍ୟକୀୟ ଜିନିଷ ର ଦର ବୃଦ୍ଧି ସହ ରନ୍ଧନ ଗ୍ୟାସର ଦର କିଲୋ ପିଛା ୩୦୦-୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଓ କଳା ବଜାରି ଭୟାବହ ଭାବରେ ଚାଲିଛି। ସରକାର ଶ୍ରମିକ ଶ୍ରେଣୀ ପାଇଁ କେବଳ ଘୋଷଣା କରୁଛନ୍ତି, କିନ୍ତୁ ଲାଗୁ ହୋଇ ପାରୁନାହିଁ। ଅନିଶ୍ଚିତତା ଭିତରେ ଏହି ସବୁ ବୋଝ କୁ ବୋହିବା ଶ୍ରମିକ ଶ୍ରେଣୀ ଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ଏହି ଦାବୀ ଦିବସ ରେ ସରକାର ଚାରିଟି ଶ୍ରମ କୋଡ୍କୁ ବାତିଲ କରନ୍ତୁ।ଶ୍ରମ ଆଇନଗୁଡ଼ିକୁ କଡାକଡି ଭାବରେ ଲାଗୁ କରନ୍ତୁ, ବିଶେଷ କରି ସର୍ବନିମ୍ନ ଦରମା ପ୍ରଦାନ ସହ ଓ ୮ ଘଣ୍ଟିଆ କାର୍ଯ୍ୟ ଦିବସ କୁ ସୁନିଶ୍ଚିତ କରନ୍ତୁ। ସମଗ୍ର ଭାରତ ପାଇଁ ମାସିକ ସର୍ବନିମ୍ନ ଦରମା ୩୦,୦୦୦ ଟଙ୍କା ଘୋଷଣା କରନ୍ତୁ। ଶ୍ରମ ଆଇନ ଉଲ୍ଲଂଘନ କରୁଥିବା ନିଯୁକ୍ତି ସଂସ୍ଥା /ମ୍ୟାନେଜମେଣ୍ଟ ଙ୍କୁ ଦଣ୍ଡିତ କରନ୍ତୁ।ଦେଶ ସାରା ନିଜ ଦାବୀ ପାଇଁ ଆନ୍ଦୋଳନ କରି ଗିରଫ ହୋଇଥିବା ସମସ୍ତ ଶ୍ରମିକଙ୍କୁ ମୁକ୍ତ କରନ୍ତୁ, ସେମାନଙ୍କ ନାମରେ ସମସ୍ତ ମାମଲା କୁ ହଟାନ୍ତୁ, ଏବଂ ସମସ୍ତ ବଡ଼ ବେସରକାରୀ କମ୍ପାନୀରେ ଯେଉଁଠାରେ ଚୁକ୍ତିଭିତ୍ତିକ ନିର୍ମାଣ ଶ୍ରମିକମାନେ ଶ୍ରମ ଆଇନ ଲାଗୁ କରିବା ପାଇଁ ସଂଘର୍ଷ କରିଛନ୍ତି, ସେଠାରେ ସମ୍ମତିପତ୍ର ହାସଲ କରିଥିବା ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି କରନ୍ତୁ। ଇ ଫ ଟୁ ଓଡିଶା ରାଜ୍ୟ କମିଟି ତରଫରୁ ଦେଶସାରା ଚାଲୁଥିବା ସମସ୍ତ ଶ୍ରମିକ ଆନ୍ଦୋଳନ ସହ ସହମତି ପ୍ରକାଶ ମଧ୍ୟ କରିଛି I ଏଥିସହିତ ଭାରତର ସମସ୍ତ ଶ୍ରମିକ ଶ୍ରେଣୀ , ସମସ୍ତ ଟ୍ରେଡ୍ ୟୁନିଅନ ମାନେ,ମିଳିତ ଆନ୍ଦୋଳନ କୁ ଓଲ୍ହାଇବାକୁ ଆହ୍ୱାନ ମଧ୍ୟ ଦେଇଛି I ଆଜିର ଏହି କାର୍ଯ୍ୟକ୍ରମ ରେ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ଙ୍କ ସମେତ ନମିତା ନାୟକ, ଜ୍ୟୋସ୍ନା ନାୟକ, ଆଶୁତୋଷ ଘଡ଼ାଇ, ପୂଜା ନାୟକ ଙ୍କ ସହ ବିଭିନ୍ନ ବର୍ଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ I

