ବ୍ରହ୍ମପୁର,୨୨/୪:(ହିମାଂଶୁ ଶେଖର ସାବତ):ଆଜି ପୁଥିବୀ ଦିବସ ଅବସରରେ ପରିବେଶ ସୁରକ୍ଷା ପାଇଁ ସଚେତନାର ବାର୍ତ୍ତା ଦେଇଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ତାଙ୍କର ସୃଜନଶୀଳ ବାଲୁକା କଳା ମାଧ୍ୟମରେ ସମାଜକୁ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ସଚେତନ କରାଯାଇଛି।ଏହି ଅବସରରେ ଶ୍ରୀ ମହାରଣା ପ୍ରାୟ ୫ ମିନିଟ୍ର ଏକ ସୁନ୍ଦର ସେଣ୍ଡ ଆନିମେସନ ପ୍ରସ୍ତୁତ କରିଥିଲେ, ଯାହାରେ ପୃଥିବୀକୁ ସୁରକ୍ଷା କରିବା, ପରିବେଶ ସମତୁଳନ ରକ୍ଷା କରିବା ଓ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ବାର୍ତା ଦିଆଯାଇଛି।ସେ କହିଛନ୍ତି, “ଆସନ୍ତୁ ସମସ୍ତେ ମିଶି ପରିବେଶକୁ ସୁରକ୍ଷା କରିବା। ପଚୁର ପରିମାଣରେ ଗଛ ଲଗାଇବା ଦ୍ୱାରା ପୃଥିବୀର ସନ୍ତୁଳନ ରକ୍ଷା କରିପାରିବା।”

