ପାତ୍ର ପୁର,୨୩/୪:(ହିମାଂଶୁ ଶେଖର ସାବତ):ପାତ୍ରପୁର ବ୍ଲକ ଆମ୍ବପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ତୋପେଇ ବେହେରା ବିଜୁ ଜନତା ଦଳ (ବିଜେଡି) ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।ସେ ତାଙ୍କ ଲିଖିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ତାଙ୍କ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇଆସୁଥିଲା। ଏହି ପରିସ୍ଥିତିରେ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡିବା ନିଷ୍ପତ୍ତି ନେଇଥିବା କହିଛନ୍ତି।ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନୀତି ଓ ଆଦର୍ଶରେ ପ୍ରେରିତ ହୋଇ ଶ୍ରୀମତୀ ବେହେରା ଏବଂ ତାଙ୍କ ସ୍ୱାମୀ ବିଜେପିରେ ଯୋଗଦାନ କରିଥିବା ସୂଚନା ମିଳିଛି।ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଆମ୍ବପୁର ପଞ୍ଚାୟତର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ତଣ୍ଡିପୁର ସମିତି ସଭ୍ୟ ରାମକୃଷ୍ଣ ନାୟକ, ଜୟନ୍ତୀପୁର ସମିତି ସଭ୍ୟ ବାଲାଜୀ ପାଢ଼ୀ ଓ ବରିଷ୍ଠ ନେତା ସନ୍ତୋଷ ପାତ୍ରଙ୍କ ସମେତ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ।ଏହି ଘଟଣା ପାତ୍ରପୁର ଅଞ୍ଚଳର ରାଜନୀତିରେ ନୂତନ ଚର୍ଚ୍ଚା ସୃଷ୍ଟି କରିଛି।

