ପୁରୁଷୋତ୍ତମପୁର,୨୩/୪: (ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପିଞ୍ଚୁଲି ନିକଟରେ ଶିଖରପୁର ଗ୍ରାମରୁ ତିନିଜଣ ଗୋଟିଏ ବାଇକରେ ତାରାତାରିଣୀ ପଟକୁ ଆସିଲା ବେଳେ ପିଞ୍ଚୁଲି ନିକଟରେ ଅପରାହ୍ନ ଦୁଇଟା ବେଳେ ଦୃଘଟଣା ହୋଇଥିଲା ବାଇକ ରେ ବସିଥିବା ତିନିଜଣଙ୍କ ମାଧ୍ୟ୍ୟରୁ ଚାଳକ ଶିବ ଶଙ୍କର ନାହାକ 27ବର୍ଷ ପିତା ଲେଟ ରମେଶ ନାହାକ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିବାରୁ ସେଠାରେ ଥିବା କିଛି ଲୋକ ପୋଲିସ କୁ ଖବର ଦେଇଥିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଦୁଇ ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇବା ସହ ମୃତ ଶିବଶଙ୍କର କୁ ପୁରୁଷୋତ୍ତମପୁର ପୋଲିସ ଗାଡ଼ିରେ ମେଡିକାଲ ଅଣାଗଲା ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରି ବା ପରେ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଗଲା ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି

