ଫୁଲବାଣୀ,୨୪/୦୪(ସୁନୀଲ ପଟ୍ଟନାୟକ):ମହିଳା ମାନଙ୍କୁ ବିଜେପି କେବେ ସମ୍ମାନ ଦେଇନି ଏହି ସଭାରେ ପ୍ରଦେଶ କଂଗ୍ରେସ ର ପର୍ଯ୍ୟବେକ୍ଷକ ତଥା ଆଇନ ଜୀବି ନବ କୁମାର ମିଶ୍ର ସମ୍ଭିଧାନର ମହିଳା ସରଂ କ୍ଷଣ ଆଇନ ୨୦୨୩ ସମ୍ପର୍କରେ ସୂଚନା ଦେଇଥିଲେ! ଆର୍ଟିକାଲ ୩୩0,୩୩୨ଓ ୩୩୪ ସମ୍ପର୍କରେ ଆଲୋଚନା କରିଥିଲେ! ବିଜେପି ଦକ୍ଷିଣାଞ୍ଚଳ ରେ ଭୋଟ ପାଉ ନାହିଁ! ସେଥି ପାଇଁ ବିଜେପି ର ଉତ୍ତରାଞ୍ଚଳ ରେ ବିଶାଳ ଭୋଟ ବ୍ୟାଙ୍କ ଥିବାରୁ ମହିଳା ସରଂ କ୍ଷଣ ନାମରେ ସେସବୁ ଅଂଚଳରେ ସୀମା ନିର୍ଦ୍ଧାରଣ କରି ସିଟ ସଂଖ୍ୟା ବୃଦ୍ଧି କରିବାକୁ ଉଦ୍ୟମ କରୁଥିଲା! ଯାହାକି ୧୧/୪ ୨୦୨୬ ରେ ବିଲ ଆଗତ କରିଥିଲା ସରକାର ଏବଂ ସେହି ବିଲ କୁ ବିରୋଧୀ ଦଳ ଡିଫିଟ କଲେ! କଂଗ୍ରେସ ଦଳ ୫୪୩ ରୂ ସରଂକ୍ଷଣ ମହିଳା ଙ୍କୁ ପ୍ରଦାନ କରିବାକୁ ଦାବୀ କରୁଛି! କଂଗ୍ରେସ କୁ ବିଜେପି ଅଯଥା ବଦନାମ କରୁଛି! ବିଜେପିର ମୁଖା ଖୋଲିବାକୁ କଂଗ୍ରେସ ମାସ ମୁଭ ମେଣ୍ଟ କରିବ ଓ ଗ୍ରାମାଞ୍ଚଳ ମହିଳାଙ୍କୁ ବୁଝାଇବ! କଂଗ୍ରେସ ଶାସନ ବେଳେ ଇନ୍ଦିରାଗାନ୍ଧୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ବାଜ ପେୟୀ ଏହି ବିଷୟ କୁ ସ୍ଥଗିତ କରିଥିଲେ ବୋଲି ପର୍ଯ୍ୟବେକ୍ଷକ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ! ଏହି ସଭାରେ ଉପସଭାପତି ରଜତ ମହାନ୍ତି, କାର୍ଯ୍ୟ କାରି ସଭାପତି ହେମନ୍ତ କର, ଯୁବ କଂଗ୍ରେସ ନେତା ଅନୁପମ କଂହର ନଗର କଂଗ୍ରେସ ସଭାପତି ସୁବଳ ନାୟକ, ଓ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ!

