ଫୁଲବାଣୀ:୨୫/୦୪,(ସୁନୀଲ ପଟ୍ଟନାୟକ):ଏବେ କେନ୍ଦୁପତ୍ର ରୁତୁ l ଜିଲାର ୪୦/୫୦ହଜାର ମହିଳା କେନ୍ଦୁପତ୍ର ତୋଳୁ ଛନ୍ତି l ଫୁଲବାଣୀ କେନ୍ଦୁପତ୍ର ଡ଼ିଭିଜନ ଅନ୍ତର୍ଗତ ଭଞ୍ଜନଗର ଦଶପଲ୍ଲା, ସମେତ ୭ଟି ରେଞ୍ଜ ରହିଛି l ସେହିପରି ଡ଼ିଭିଜନ ରେ ମୁନସୀ, ଚପରlସି, ଚେକର, ବୁସ କଟର, ହେଡ ଚେକରମିଶି ୨୦ହଜାର ଅସ୍ଥାୟୀ କର୍ମଚାରୀ କାମ କରୁଛନ୍ତି l ୩୯୧ ଫଡ଼ି ରେ ସଂଗୃହିତ କେନ୍ଦୁପତ୍ର ସୁରକ୍ଷିତ ଭାବେ ରଖାଯାଊଛି l ତେବେ ସରକାରଚଳିତ ବର୍ଷ କେନ୍ଦୁ ପତ୍ର ଦର ବଢ଼ାଇନlହlନ୍ତି, କି ବୋନସ ନା ବର୍ଦ୍ଧିତ ଦରମା। ଆଶର୍ଯ୍ୟ ର ବିଷୟ ଯେ ପତ୍ର ଦାମ୍ ବୃଦ୍ଧି କରା ନ ଯାଇ ପତ୍ର କ୍ରୟ କରାଯାଉଛି। ବୋନସ ଘୋଷଣା ନ କରାଯାଇ ତୋଳାଳୀ ଓ କର୍ମଚାରୀ ଙ୍କ ପ୍ରତି ଅନ୍ୟାୟ କରାଯାଉଛି। ରାଜ୍ୟର କେତେକ ସ୍ଥାନ ରେ ସରକାରୀ ଫଡି ରେ ପତ୍ର ଦେଉ ନାହାନ୍ତି, ଆଉ ସରକାରୀ ଫଡ଼ି ପାଖରେ ଅନେକ ବେସରକାରୀ ଫଡି ଖୋଲିଯାଇଛି ଓ ଅଧିକ ଦରରେ ପତ୍ର କିଣା ଯାଉଛି, ନଗଦ ଟଙ୍କା ଦିଆଯାଉଛି। ଗରୀବ ତଥା ଆର୍ଥିକ ଅଭାବ ଯୋଗୁଁ ନଗଦ ଓ ଅଧିକ ଟଙ୍କା ପାଇବା ସ୍ଥାନ ରେ ତୋଳାଳୀ ନିଜର ପତ୍ର ଦେଉଛି। ଆଗରୁ ବିଭିନ୍ନ ସାମାଜିକ ଯୋଜନାର ଲାଭ ପାଇଁ, ବୋନସ ପାଇଁ ଓ ଦର ମଧ୍ୟ ସଠିକ୍ ସମୟରେ ଘୋଷଣା ହେଉଥିବା ଯୋଗୁଁ ସରକାରୀ ଫଡି କୁ ପତ୍ର ଆସୁଥିଲା କିନ୍ତୁ ସବୁ ବିଷୟରେ ସରକାରଙ୍କ ଚୁପ୍ ଓ ନିଷ୍ପତି ନେବାରେ ଅହେତୁକ ବିଳମ୍ବ ଆଜି ସେହି ଡିଭିଜନ ଗୁଡ଼ାକରେ ସିଯିନାଲ୍ କର୍ମଚାରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସରକାର ଙ୍କ ଅବହେଳା ଓ ଅନ୍ୟାୟ ଯୋଗୁଁ ପ୍ରଥମେ ଫଡି କୁ ପତ୍ର ଆସିବ ନାହିଁ ଓ ପତ୍ର ର ପରିମାଣ, ପତ୍ର ର ମାନ ରେ ହ୍ରାସ ଘଟିବ ଓ ପରେ ପୁଣି ସରକାର କର୍ମଚାରୀ ଙ୍କୁ ଦୋଷ ଦେଇ ଫଡି ଉଚ୍ଛେଦ କରିବେ, କମ୍ ଦିନର ଦରମା ଦେବେ ଓ ପରେ ପରେ ଛଟେଇ କରିବେ। ଦୋଷ ସରକାରଙ୍କ କିନ୍ତୁ ଭୋଗିବେ କର୍ମଚାରୀ ଏବଂ ସରକାରୀ ଫଡି ବନ୍ଦ୍ ହେଲାପରେ ଶୋଷିତ ହେବେ ତୋଳାଳୀ। ଏହା ଅନ୍ୟାୟ ଏଣୁ ଏହା ବିରୋଧରେଆଗକୁ ପ୍ରତିବାଦ ଜୋରଦାର ହେବ ବୋଲି ସଂଘ୍ ଚେତାବନୀ ଦେଇଛି l କେ ଏଲ ସି ସି ବୈଠକ ଫେବୃଆରୀ, ମାର୍ଚ୍ଚ ରୁ ହୋଇ ପତ୍ର କିଣିବା ପୂର୍ବରୁ ପତ୍ର ଦର ଧାର୍ଯ୍ୟ ହେଉଥିଲା ଯାହା ଦ୍ୱାରା ଘରୋଇ କରଣ ହୋଇଥିବା ଜାଗାରେ ଲୋକଙ୍କ ପାଖରେ ଘରୋଇ ଫଡି ଓ ସରକାରୀ ଫଡି ର ତଫାତ ଜଣାପଡ଼ୁଛି l କେରିପ୍ରତି ୨ ଟଙ୍କା ର ପ୍ରତିଶ୍ରୁତି ଦେଇଥିବା ସରକାର ନୀରବ l ସର୍ବନିମ୍ନ ମଜୁରୀ ଅନୁଯାୟୀ ଦରମା ବୃଦ୍ଧି ଦାବୀକୁ ଶୀତଳ ଭଣ୍ଡାର ରେ ପକାଇ ରଖିଛନ୍ତି ସରକାର। ବିଭିନ୍ନ ଡିଭିଜନ ରୁ ପ୍ରତିବାଦ ଓ ଲଢ଼େଇ କୁ ଆହୁରି ପ୍ରଖର କରିବା ପାଇଁ ପ୍ରସ୍ତାବ ଆସୁଛି। ଗତ ମାର୍ଚ୍ଚ ମାସରେ ରେଞ୍ଜ ସ୍ଥରରେ ହୋଇଥିବା ଦୁଇ ଦିନିଆ ଧର୍ମଘଟ ରେ ଓଡ଼ିଶାର ୧୦ ରୁ ୧୨ ରେଞ୍ଜ କୁ ଛାଡ଼ିଦେଲେ ପ୍ରାୟ ସମସ୍ତ ରେଞ୍ଜ ରେ ଲକ୍ଷାଧିକ ତୋଳାଳୀ ଓ କର୍ମଚାରୀଙ୍କ ଉପସ୍ଥିତି ସରକାରଙ୍କୁ ଆଲୋଚନା କରିବା ପାଇଁ ବାଧ୍ୟ କରିଥିଲା। କିନ୍ତୁ ସରକାର ନିଷ୍ପତି ନେବାରେ ବିଫଳ ହୋଇଛନ୍ତି। ସାମାନ୍ୟ ପତ୍ର ଦର ଓ ବୋନସ ର ନିଷ୍ପତି ନେଇ ପାରୁନାହାନ୍ତି। ସଙ୍ଘ ର ଦାବୀ ପରେ ପୁର୍ବରୁ ସରକାର ବିଭିନ୍ନ ସାମାଜିକ ଯୋଜନାର ଲଢ଼େଇ ବିଶେଷ ଭାବରେ ମୃତ୍ୟୁ ସହାୟତା, ବୋନସ, ଛାତ୍ର ବୃତ୍ତି, କନ୍ୟା ବିବାହ ସହାୟତା, ଚିକିସ୍ୟା ସହାୟତା, ପାଣି ବୋତଲ, ଚପଲ, ମଶାରୀ, କମ୍ବଳ ଆଦି ପ୍ରଦାନ କରି ଆସୁଥିଲେ l ଏବେ ସରକାର କେନ୍ଦୁପତ୍ରର ଦରବୃଦ୍ଧି ନ କଲେ ଓଡ଼ିଶା କେନ୍ଦୁପତ୍ର କର୍ମଚାରି ସଙ୍ଘ ପକ୍ଷରୁ ଆସନ୍ତା ମେ ୧ ଶ୍ରମିକ ଦିବସରୁ କଳା ବ୍ୟାଚ୍ ପରିଧାନ ଓ ମେ ୨ ତାରିଖ ରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ସମ୍ପାଦକ ସରୋଜ କର୍ଣ୍ଣ କହିଛନ୍ତି l ଏଣୁ ସରକାର ବେଳ ଥାଉ ଥାଉ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l

