ପୋଲସରା,୨୬/୪:(ଶିବ ପ୍ରସାଦ ସାହୁ):ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ପୋଲସରା।କଥା କଥାକେ ଅପରାଧ ଘଟାଉଛନ୍ତି ଯୁବଗୋଷ୍ଠୀ।ଆଇନକାନୁନ କୁ ଖାତିର ନାହିଁ। କଅଁଳ ବୟସରେ ହାତରେ ଛୁରୀ, କାତି, ମାଉଜର ଧରିବାକୁ ପଛାଉନାହାନ୍ତି। ଏହିଭଳି ଏକ ଘଟଣା ଘଟିଛି ପୋଲସରା ଥାନା ବାଲିଘାଇ ଗ୍ରାମରେ।ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଙ୍କ ନାମ ଆକାଶ ଜେନା ବୟସ ୨୪ବର୍ଷ । ବଡ ଭାଇ ରିଙ୍କୁ ଜେନାର ବାହାଘର ବରଯାତ୍ରୀ ଚାଲିଥିବା ବେଳେ କୌଣସି କଥାକୁ ନେଇ ସେହି ଗ୍ରାମର ଗୌର ହରି ବିଷୋୟୀ ଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌର ର ଅନ୍ୟ ସହଯୋଗୀ ମିଶି ଆକାଶ କୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ଆକ୍ରମଣ ରେ ଆକାଶ ର ଅନ୍ତଃ ବୁଜୁଳା ବାହାରକୁ ଆସିଯାଇଥିଲା। ପରିବାର ଲୋକେ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆକାଶ କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ପୋଲିସ ତଦନ୍ତ ଜାରୀ ରଖିଛି।ଏଥିନେଇ ପରିବାର ପକ୍ଷରୁ ଏତଲା ଦେବାପରେ ୨୩୮/୨୬ ମାମଲା ରୁଜୁ ହେବା ସହିତ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ନେଇ ଥାନାଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

