ଫୁଲବାଣୀ,୨୭/୦୪:(ସୁନୀଲ ପଟ୍ଟନାୟକ):ପୁର୍ବତନ ଫୁଲବାଣୀ ଜିଲ୍ଲା ଦୌରl ଜଜ ତଥା ବର୍ତମାନ ର ବରଗଡ଼ ଜିଲ୍ଲା ଦୌରl ଜଜ୍ ସତ୍ୟପୀର ମିଶ୍ର ଙ୍କ ରବିବାର ରାତିରେ ପରଲୋକ ହୋଇଯାଇଛି l ତାଙ୍କ ଅକାଳ ମୃତ୍ୟୁ ରେ ଫୁଲବାଣୀ ଓକିଲ ସଂଘ ସଭାପତି ଭଗବାନ ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ସେ ଜଣେ ସତ୍ୟ ଓ ନ୍ୟାୟବନ୍ତ୍ ପୁରୁଷ ଥିଲେ ବୋଲି କହିଛନ୍ତି l ସେହିପରି ବରିଷ୍ଠ ଆଇନଜୀବି ବିଜୟ ମହାନ୍ତି, ବିଜୟ ପଟ୍ଟନାୟକ, ରବୀନ୍ଦ୍ର ନାଥ ମିଶ୍ର, ଭିଭି ରାମଦାସ, ଦେବ ବ୍ରତ ମିଶ୍ର, ଅଶୋକ କୁମାର ବେହେରା, ଚଂଦ୍ର ଶେଖର ପରିଡ଼ା, ଚଂଦ୍ର ଶେଖର ମିଶ୍ର, ଶିବ ପ୍ରସାଦ ତ୍ରିପାଠୀ, ଅଜୟ ସିଂ, ହରିଶ ଚନ୍ଦ୍ର ମହାରଣା, ବିରଜା ନାହାକ, ରମେଶ ଚନ୍ଦ୍ର ମହାନ୍ତି, ଷ୍ଟେ ନୋ କରୁଣା କର ମଲିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ର ସଦ ଗତି କାମନା କରିଛନ୍ତି l ସ୍ବର୍ଗତ ମିଶ୍ର ଅବିବାହିତ ଥିଲେ l

