ଫୁଲବାଣୀ,୨୭/୦୪:(ସୁନୀଲ ପଟ୍ଟନାୟକ):ଗମନା ଗମନ ର ସୂ ବ୍ୟବସ୍ଥା ପାଇଁ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡ଼ିଭିଜନ ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ଇଁ ଦିନେଶ କୁମାର ସାହୁ ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, ଆଗ୍ରହ ପ୍ରକାଶ ଯୋଗୁଁ ଡ଼ିଭିଜନ ଅନ୍ତର୍ଗତ ସମସ୍ତ ଅଞ୍ଚଳ କୁ ସ୍ଥାୟୀ ପକ୍କା ପିଚୁ ରାସ୍ତା ନିର୍ମାଣ ସମ୍ଭବ ହୋଇଛି l ଆଉ ଯେଉଁଠି ମରାମତି ଆବଶ୍ୟକ ସେଠୀ ଗୁରୁତ୍ଵ ଦୃଷ୍ଟି ରୁ ତୁରନ୍ତ ମରାମତି ବି କରାଯାଉଛି l ଡ଼ିଭିଜନ ଅନ୍ତର୍ଗତ ତୁମୁଡିବନ୍ଧ ଠାରେ କେତେକ ସ୍ଥାନ ରେ ପିଚୁ ରାସ୍ତା ରେ ପିଚୁ ଉଠି ଖାଲ ଖମା ହୋଇଥିବାରୁ ସ୍ଥାନୀୟ ଲୋକ ଙ୍କ ଦାବୀ କୁ ସମ୍ମାନ ଜଣାଇ ରାସ୍ତା ମରାମତି କାର୍ଯ୍ୟ ଯୁଦ୍ଧ କାଳୀନ ଭିତିରେ ଆରଂଭ ହୋଇଛି l ସେହିପରି ମେଡିକାଲ୍ ରାସ୍ତା ରେ ମଧ୍ଯ କେତେକ ସ୍ଥାନ ରେ ଖାଲ ଖମା ଥିବା ରୁ ବିଭିନ୍ନ ସମୟ ରେ ଦୁର୍ଘଟଣା ମାନ ଘଟୁଛି l ଏଣୁ ଏହାର ମଧ୍ଯ ମରାମତି ଜରୁରୀ ହୋଇପଡିଛି l ବିଭିନ୍ନ ସମୟ ରେ ଅଧିକ୍ଷଣ ଯନ୍ତ୍ରୀ ଇଁ.ଦିନେଶ କୁମାର ସାହୂ ଙ୍କ ନିର୍ଦେଶ କ୍ରମେ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ତାଦରଖ କରିବା ସହ କାର୍ଯ୍ୟ ଯେପରି ଉନ୍ନତ ମାନର ହେବ ସେଥି ପ୍ରତି ଦୃଷ୍ଟି ଦେଉଥିବା ଜଣାପଡିଛି l ଇଁ. ଦୀନେଶ କୁମାର ସାହୁ ଙ୍କ ଯୋଗ ଦେବାର କମ୍ ସମୟ ମଧ୍ୟରେ ଡ଼ିଭିଜନ ଅନ୍ତର୍ଗତ ସରଙ୍ଗଡ ଘାଟି ରାସ୍ତା ର ନବୀକରଣ ହୋଇଛି l ରାଇକିଆ,ଦାରିଂବାଡ଼ି,ବାରଖମା , କ ନୂଆଗାଁ ଆଦି ବିଭିନ୍ନ ସ୍ଥାନରେ ରାସ୍ତା ର ଉନ୍ନତୀ କରଣ ହୋଇଥିବା ବେଳେଗମନା ଗମନ ରେ ବେଶ ସୁଧାର ଆସିଛି l

