ଫୁଲବାଣୀ,୨୭/୦୪,(ସୁନୀଲ ପଟ୍ଟନାୟକ):ଦିତ୍ୱୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଏପ୍ରିଲ୍ ମାସ ୮ ତାରିଖ ଠାରୁ ୧୯ପର୍ଯ୍ୟନ୍ତ ଦୀର୍ଘ ୧୨ ଦିନ ଧରି କରୋନେସନ୍ ପଡ଼ିଆ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଥିଲା। ଏହାର ଲାଭାଂଶ ରାଶି ୧୧ହଜାର ୧୧୧ଟଂକା (ଏଗାର ହଜାର ଏଗାରସହ ଏଗାର ଟଙ୍କା) ସୋମବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଚେକ୍ ଆକାରରେ ପ୍ରଦାନ କରାଗଲା। କଂଧମାଳ ଜିଲ୍ଳାର ଗରୀବ ଅସହାୟ ଲୋକଂକ ଶାରୀରିକ ଅସୁସ୍ଥତା ବେଳେ ସହାୟତା ନିମନ୍ତେ ରେଡ୍ କ୍ରସ୍ ଫଣ୍ଡ କୁ ଏହି ରାଶି ପ୍ରଦାନ କରାଗଲା। ଉପଜିଲ୍ଲାପାଳ ଙ୍କୁ ମଧ୍ୟ ବାଣିଜ୍ୟ ମେଳା କମିଟି ପକ୍ଷରୁ ରେଡ୍ କ୍ରସ୍ ବାବଦକୁ ୩ହଜାର ଟଙ୍କା ପ୍ରଦାନ କରଯାଇଛି। ମୋଟ ୧୪ହଜାର ୧୧୧ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଙ୍କୁ ଚେକ୍ ପ୍ରଦାନ କରିବାବେଳେ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା କମିଟି ଅଧକ୍ଷ ସୁନୀଲ ପଟ୍ଟନାୟକ,କାର୍ଯ୍ୟକାରି ଅଧକ୍ଷ ରାଧାମୋହନ ମହାପାତ୍ର, କୋଷାଧକ୍ଷ ପ୍ରସନ୍ନ ସ୍ୱାଇଁ, ବଶିଷ୍ଠ ସଦସ୍ୟ ନୀଳ ମାଧବ ମିଶ୍ର ଉପସ୍ଥିତ ଥିଲେ। ଆର୍ଥିକ ସହଯୋଗ ପାଈଁ ଜିଲ୍ଲାପାଳ କମିଟି ର ସମସ୍ତ ସଦସ୍ୟ ସଦସ୍ୟା କୁ ଏହି ସାଧୁ ଉଦ୍ୟମ ପାଈଁ ପ୍ରଶଂସା କରିଛନ୍ତି।

