ଫୁଲବାଣୀ,୨୯/୦୪:(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ମଧୁ ବାବୁ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବି ଭଗବାନ ମହାନ୍ତି ଙ୍କ ନେତୃତ୍ବରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟlର୍ପଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ମିଶ୍ର, ବଂଶୀ ଧର ମହାପାତ୍ର, ହରିଶ୍ଚନ୍ଦ୍ର ମହାରଣା, ଶିବ ପ୍ରସାଦ ତ୍ରିପାଠୀ, ଅସୀମ ପ୍ରହରାଜ, ରମେଶ ମହାନ୍ତି, ବନମାଳୀ ବେହେରା, ଚଂଦ୍ର ଶେଖର ମିଶ୍ର, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସିଦ୍ଧେଶ୍ୱର ଦାସ, ବନମାଳୀ ବେହେରା, ଜୟନ୍ତୀ ପାଣିଗ୍ରାହି, ନନ୍ଦିତା କୁମାରୀ,ନମିତା ସାହୂ ପ୍ରମୁଖ ଙ୍କ ସମେତ ଅନେକ ଆଇନଜୀବି ଉପସ୍ଥିତ ଥିଲେ l ସଂନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଏକ ଆଲୋଚନା ଚକ୍ରଓ ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ସମସ୍ତ ଓକିଲ, ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l

