ପୋଲସରା:୨୯/୪,(ଶିବ ପ୍ରସାଦ ସାହୁ):ପୋଲସରା ଥାନା ଅନ୍ତର୍ଗତ ବାଲିଘାଇ ଗ୍ରାମରେ ବରଯାତ୍ରୀ ପଟୁଆରରେ ଡିଜେ ଗୀତକୁ କେନ୍ଦ୍ରକରି ଆକାଶ ଜେନାକୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ କେଶ ନମ୍ବର ୨୩୮/୨୬ ପ୍ରକାରେ ସୋମବାର ଦିନ ପୋଲସରା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ଆଉ ୫ ଜଣଙ୍କୁ ଗିରଫ କରାଯାଇଥିବା ପୁରୁଷୋତ୍ତମ ପୁର ଏସଡିପିଓ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ପୋଲସରା ରାଣୀପଡ଼ାର ସୁଭମ କାଣ୍ଡି,ଓଡ଼ିଆ ସାହିର ତୋଫାନ ନାୟକ, ମଠ ସାହିର ତୋଫାନ ରାଉତ ଓ ବାଲିଘାଇ ର ଅମର ପ୍ରଧାନ, ଧର୍ମରାଜ ସ୍ବାଇଁ ଏହିପରି ୫ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି।ଗିରଫ ସଂଖ୍ୟା ୭ କୁ ବୃଦ୍ଧି ପାଇଛି। ୩ ଗୋଟି ଖଣ୍ଡା ଓ ପଲସର ବାଇକ୍ ଜବତ ହୋଇଛି ବୋଲି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା।ଶନିବାର ଦିନ ବାଲିଘାଇ ଗ୍ରାମରେ ବଡ ଭାଇର ବାହାଘର ଭୋଜିରେ ବରଯାତ୍ରୀ ପ୍ରୋସେସନ ରେ ଯାଉଥିବା ବେଳେ ଆକାଶ ଜେନା କୁ ଆକ୍ରମଣ ହୋଇଥିଲା।ଆକ୍ରମଣ ରେ ରବିବାର ଦିନ ଆକାଶ ଯେନାର ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡରେ ଆହୁରି ସମ୍ପୃକ୍ତ ଥିବା ନେଇ ପୁଲିସ ସୂଚନା ଦେଇଛି l

