ଚିକିଟି,୩୦/୪,(ନିଗମାନନ୍ଦ ପଣ୍ଡା):ପାତ୍ରପୁର ବ୍ଲକ ଅନ୍ତର୍ଗତ ନୂଆଁ ଗାଁ ପଞ୍ଚାୟତ ର ଟି ବ୍ରହ୍ମପୁର ଗ୍ରାମର ତ୍ରିନାଥ ରେଡ୍ଡୀ କାମ କରିବା ପାଇଁ ଏଜେଣ୍ଟ ମାଧ୍ୟମରେ ଓମାନ ଯାଇଥିଲେ। କିନ୍ତୁ ସେଠାରେ ଅଧିକ ଶାରୀରିକ ପରିଶ୍ରମ କରାଇବା ଫଳରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା। ଯାହାଫଳରେ ସେବାଧ୍ୟ ହୋଇ ନିଜ ଗ୍ରାମକୁ ଫେରିଆସିଥିଲେ। ବର୍ତ୍ତମାନ ସେ କୋମାରେ ଅଛନ୍ତି। ଚିକିତ୍ସା ପାଇଁ ବାପାମାଆ ବହୁତ ଡାକ୍ତର ଙ୍କ ସହ ପରାମର୍ଶ ନେଇସାରିଲେଣି କିନ୍ତୁ ସ୍ୱାସ୍ଥ୍ୟ ରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ। ତାଙ୍କ ପାଖରେ ଯାହା ସମ୍ବଳ ଥିଲା ତାହା ଚିକିତ୍ସା ରେ ସବୁ ଖର୍ଚ୍ଚ ହୋଇଗଲାଣି। ତେଣୁ ତାଙ୍କର ଏକ ମାତ୍ର ସହାଭାରସା ସେ ଯେଉଁ କମ୍ପାନୀ ରେ କାମ କରୁଥିଲେ ସେହି କମ୍ପାନୀର ସହାୟତା। ଯେଉଁ ଏଜେଣ୍ଟ ତାଙ୍କୁ କମ୍ପାନୀ କୁ ନେଇଥିଲା ସେହି ଏଜେଣ୍ଟ ବର୍ତ୍ତମାନ ତାଙ୍କ ସହ କଥା ହେଉନାହିଁ କି ସାହାର୍ଯ୍ୟ ପାଇଁ ହାତ ବଢା଼ଉ ନାହିଁ। ତେଣୁ ବାଧ୍ୟ ହୋଇ ତ୍ରିନାଥ ରେଡ୍ଡୀ ଙ୍କ ପିତା ଲାବଣ୍ୟ ରେଡ୍ଡୀ ଚିକିଟି ନିର୍ବାଚନ ମଣ୍ଡଳୀ ର ଆମ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁକା ଶ୍ରୀନିବାସ ରେଡ୍ଡୀଙ୍କୁ ଅବଗତ କରାଇଥିଲେ। ସେ ଆମ ଆଦମୀ ପାର୍ଟି ର ବରିଷ୍ଠ ନେତୃ ବୃନ୍ଦ କୁ ନେଇ ବ୍ରହ୍ମପୁର ଏଡି୍ସୀନାଲ ଏସପି ଏବଂ ଯୁଗ୍ମ ଶ୍ରମ ଅଯୁକ୍ତ ଙ୍କ ସହ ସାକ୍ଷାତ କରି ଉକ୍ତ କମ୍ପାନୀରୁ କିପରି ସହାୟତା ପାଇବେ ସେ ନେଇ ଆଲୋଚନା କରିଥିଲେ। ଉକ୍ତ ସମସ୍ୟା ର ତୁରନ୍ତ ସମାଧାନ କରାଯିବ ବୋଲି ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ। ଆମ ଆଦମୀ ପାର୍ଟି ର ଗଞ୍ଜାମ ଜିଲ୍ଲା ଆବାହକ ସୁବାଷ ଚନ୍ଦ୍ର ରାଉତ, ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ଯୁବ ଜିଲ୍ଲା ସଭାପତି ପି ନୀଳକଣ୍ଠ ରେଡ୍ଡୀ, ଡି ଭେଙ୍କଟ ରାଓ ସଭାପତି ଚିକିଟି , ଆଡ଼ଭୋକେଟ ଦୀନେଶ, ଆଇନ ପରାମର୍ଶଦାତା କୈଳାଶ ସେଠି ସମେତ ବହୁ ନେତୃ ବୃନ୍ଦ ଉପସ୍ଥିତ ଥିଲେ।

